Latest Odisha News

BREAKING NEWS

ଦାଢି ଗଲା ଚାକିରୀ ଫେରିଲା !

ଉତ୍ତରପ୍ରଦେଶ: ଏଇ କିଛିଦିନ ପୂର୍ବରୁ ଦାଢି ପାଇଁ ନିଲମ୍ବିତ ହୋଇଥିଲେ ଜଣେ ପୋଲିସ ବାବୁ । ଖବକକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏପରିକି ପୋଲିସ ବାବୁ ମୁସଲମାନ ହୋଇଥିବାରୁ ଘଟଣାରେ ସାମ୍ପ୍ରଦାୟୀକ ରଙ୍ଗ ବି ବୋଳା ହୋଇଥିଲା । ହେଲେ ଶେଷରେ ଦାଢି କାଟି ପୋଲିସ ବାବୁ ପୁଣିଥରେ ଚାକିରୀରେ ଯୋଗ ଦେଇଛନ୍ତି ।

ଦାଢି ରଖିବା ପାଇଁ ଅନୁମତି ନେବାକୁ ମିଳିଥିଲା ବାରମ୍ବାର ଚେତାବନୀ । ହେଲେ ବେଖାତିର କରିଥିଲେ ସବ୍ ଇନ୍ସପେକ୍ଟର ଇନ୍ତେସାର ଅଲ୍ଲି । ଗୁରୁବାର ଏହି ଘଟଣାକୁ ନେଇ ପୋଲିସ ବାବୁ ଜଣକ ଚାକିରୀରୁ ନିଲମ୍ବିତ ବି ହୋଇଥିଲେ । ହେଲେ ଶେଷରେ ଦୁଇଦିନ ପରେ ପୋଲିସ ବାବୁ ଦାଢି କାଟି ଚାକିରୀରେ ଯୋଗଦେଇଛନ୍ତି ।

ପୋଲିସ ବିଭାଗର ନିୟମ ଅନୁଯାୟୀ କେବଳ ଶିଖ ଧର୍ମର ପୋଲିସ କର୍ମଚାରୀଙ୍କୁ ଦାଢି ରଖିବା ପାଇଁ ଅନୁମତି ମିଳିଥାଏ । କୌଣସି ବ୍ୟକ୍ତି ଇଛା କଲେ ଅନୁମତି ନେଇ ଦାଢି ରଖିପାରିବେ । ଅନ୍ୟପଟେ ଶନିବାର ଇନ୍ତେସାରଙ୍କୁ ଚାକିରୀରେ ଯୋଗ ଦେବାକୁ ବାଘପତ ଏସ୍‌.ପି ଅଭିଷେକ ସିଂ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.