Latest Odisha News

BREAKING NEWS

ଏମିତି ବି ଆସେ ମୃତ୍ୟୁ : ଟ୍ରେଡମିଲରେ ଦୌଡୁଥିବାବେଳେ ହୃଦଘାତରେ ମୃତ୍ୟୁ, ସିସିଟିଭିରେ ଭିଜୁଆଲ କଏଦ

ଗାଜିଆବାଦ: ଏମିତି ବି ଆସେ ମୃତ୍ୟୁ । ଜିମରେ ଓ୍ବାର୍କ ଆଉଟ୍ କରିବାବେଳେ ଉଡିଗଲା ପ୍ରାଣବାୟୁ । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି  ।ଏମିତି କିଛି ଘଟଣା ଘଟିଛି ଗାଜିଆବାଦର ସରସ୍ବତୀ ବିହାରରେ  । ଜଣେ ଯୁବକ ଟ୍ରେଡମିଲରେ ଦୌଡୁଥିବାବେଳେ ହୃଦଘାତର ଶିକାର ହୋଇଛନ୍ତି  । ଫଳରେ ସେ ତଳେ ପଡିଯାଇଛନ୍ତି  । ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି  । ମୃତକ ସିଦ୍ଧାର୍ଥ କୁମାର ସିଂ ବୋଲି ଜଣାପଡିଛି  । ସିଦ୍ଧାର୍ଥ  ହଠାତ୍ ଟ୍ରେଡମିଲରେ ଦୌଡୁଥିବାବେଳେ ନିଜ ଚେତା ହରାଉଛନ୍ତି  । ଏବଂ କିଛି ସେକେଣ୍ଡ ପରେ ସେ ମେସିନ୍ ଉପରେ ପଡିଯାଉଛନ୍ତି  ।

ପାଖରେ ଥିବା ଅନ୍ୟ ସମ୍ପୃକ୍ତ ଜିମ୍ ବନ୍ଧୁମାନେ ସିଦ୍ଧାର୍ଥଙ୍କୁ ବଞ୍ଚାଇବାକୁ ଚେଷ୍ଠା କରିଛନ୍ତି । ହେଲେ ତାଙ୍କ ଜୀବନ ବଞ୍ଚାଇପାରିନାହାନ୍ତି  । ମୃତ୍ୟୁ ବେଳର ପୁରା ଭିଡିଓ ସିସି ଟିଭିରେ କଏଦ ହୋଇଛି  । ଘଟଣା ଘଟିବାର ୧୦ ମିନିଟ ପୂର୍ବରୁ ସିଦ୍ଧାର୍ଥ ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ  । ସେ ନୋଏଡାସ୍ଥିତ ଏକ କଲେଜର ପ୍ରଥମ ବର୍ଷର ଛାତ୍ର  । ସେ ତାଙ୍କ ପିତାଙ୍କ ସହ ନୋଏଡାରେ ରହୁଥିଲେ ।  ତାଙ୍କ ମାତା ବିହାରର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଟନ୍ତି। ତାଙ୍କ ମୃତଦେହକୁ ବିହାରର ସିୱାନକୁ ନିଆଯାଇଛି  । ଏହି ଘଟଣା ଘଟିବା ପରେ ଜିମ୍ ଟି ବନ୍ଦ ରହିଛି  । ତେବେ ଜିମ୍ ଯିବା ଆଜିକାଲିର ଯୁବପୀଢିଙ୍କ ପାଇଁ ଏକ ଟ୍ରେଣ୍ଡ ପାଲଟିଛି  । ନିଜକୁ ସର୍ବଦା ଫୁଟ୍ ଏବଂ ସୁନ୍ଦର ରଖିବାକୁ ଲୋକେ ଜିମ୍ ଯାଉଛନ୍ତି  । ମାତ୍ର ଗାଜିଆବାଦରେ ଘଟିଥିବା ଏହି ଘଟଣା ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି  ।

Comments are closed.