Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ଇସ୍କନ ମନ୍ଦିର ପରିସରରୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ଇସ୍କନ ମନ୍ଦିର ପରିସରରୁ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ବ୍ୟକ୍ତିଙ୍କ ନାମ ବାବୁ ସାହୁ ଏବଂ ସେ ଗଞ୍ଜାମ ଜିଲ୍ଲା ଶେରଗଡର ବାସିନ୍ଦା ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ସେ ମନ୍ଦିର ପରିସରରେ ଥିବା ଏକ ହୋଟେଲରେ କାମ କରୁଥିବା ବେଳେ ଗତ ୧୮ ତାରିଖରୁ ଛୁଟିରେ ରହିଥିଲା । ତେବେ ତା’ର ମୃତଦେହ ଏକ ଶୌଚାଳୟରୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଜବତ କରିଛି । ଏହାବ୍ୟତିତ ଫରେନସିକ୍ ଟିମ୍ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.