Latest Odisha News

BREAKING NEWS

ଖାଇବା ପ୍ଲେଟ୍‌ରୁ ବାହାରିଲା ମଲା ମୂଷା; କମ୍ପାନୀ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ସ୍ଥାନରୁ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟ ପ୍ଲେଟରେ ଏକ ମଲା ମୂଷାର ଚର୍ମ ଦେଖିବାକୁ ମିଳିଥିବା ଖବର ସାମ୍ନାକୁ ଆସିଛି

ରିପୋର୍ଟ ଅନୁଯାୟୀ, ଏହି ଘଟଣା ସ୍ପେନର ଜଣେ ବ୍ୟକ୍ତିଙ୍କ ସହ ଘଟିଛି। ଏହି ବ୍ୟକ୍ତି ଫ୍ରାନ୍ସର ଏକ ଦୋକାନରୁ କିଛି ପନିପରିବା କିଣିଥିଲେ` ଘରେ ପହଞ୍ଚିବା ପରେ ଯେତେବେଳେ ବ୍ୟକ୍ତି ଫ୍ରିଜ୍ ହୋଇଥିବା ପନିପରିବା ଖାଇଲେ, ତାଙ୍କୁ ପାଟିରେ ଏକ ମୂଷା ଚର୍ମ ଖାଇଲା ଭଳି ମନେ ହେଲା। ଏହାପରେ ବ୍ୟକ୍ତି ଜଣକ ପନିପରିବାଗୁଡିକୁ ଫିଙ୍ଗି ଦେଇଥିଲେ।

ରିପୋର୍ଟକୁ ଉଦ୍ଧୃତ କରି ବ୍ୟକ୍ତି ଜଣକ କହିଛନ୍ତି ଯେ ଖାଇବା ସମୟରେ କିଛି ସନ୍ଦେହ ଥିଲା ଯେ କିଛି ଭୁଲ୍ ଥିଲା, କିନ୍ତୁ ଯେତେବେଳେ ମୂଷାର ବେକ ମିଳିଲା, ସେତେବେଳେ ଘଟଣାଟି ସଫା ସଫା ଜଣାପଡ଼ିଗଲା। ଏହା ମୋ ଜୀବନର ସବୁଠାରୁ ଖରାପ ଘଟଣା ବୋଲି ବ୍ୟକ୍ତି ଜଣକ କହିଛନ୍ତି। ସେ ଫ୍ରିଜ୍ ପନିପରିବାରେ ମୂଷା ବାହାରିବାକୁ କେନ୍ଦ୍ର କରି କମ୍ପାନୀରେ ନାଁରେ ଅଭିଯୋଗ କରିଛନ୍ତି ଏବଂ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Comments are closed.