Latest Odisha News

BREAKING NEWS

ଟି୨୦ରୁ ବ୍ରେକ ନେବେ କୋହଲି

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟି୨୦ରୁ ବ୍ରେକ ନେବେ । ସେ ଏ ନେଇ ବିସିସିଆଇକୁ ପତ୍ର ଲେଖିଛନ୍ତି । ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଅଧିକରୁ ଅଧିକ ମନୋନିବେଶ କରିବା ପାଇଁ କୋହଲି ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ସମ୍ପୂର୍ଣ୍ଣ କିମ୍ବା କେତେ ଦିନ ପାଇଁ ନେବେ ସେ ନେଇ ବିସିସିଆଇକୁ କିଛି କହି ନାହାନ୍ତି । ତେବେ ଆଇପିଏଲ ୨୦୨୩ ପୂର୍ବରୁ ସେ କୌଣସି ଟି୨୦ ଖେଳିବେ ନାହିଁ । ବାଂଲାଦେଶ ଗସ୍ତ ପରେ କୋହଲି, ରୋହିତ ଶର୍ମା ଓ କେଏଲ ରାହୁଲ ମଧ୍ୟ ବିଶ୍ରାମ ନେବା ପାଇଁ ବୋର୍ଡକୁ ଅନୁରୋଧ କରିଛନ୍ତି । ସେମାନଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଟିମର ଅଧିନାୟକ ହେବେ ।

ରୋହିତ ଆଘାତପ୍ରାପ୍ତ ହୋଇଥିଲେ ମଧ୍ୟ ଜାନୁୟାରୀ ୧୦ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ବିସିସିଆଇ ମଧ୍ୟ ୨୦୨୪ ଟି୨୦ ବିଶ୍ୱକପ ପାଇଁ ଏକ ଯୁବ ଟିମ ଗଠନ କରିବାକୁ ଚାହୁଁଛି । ଏଥିପାଇଁ ଆବଶ୍ୟକ ପଡିଲେ କେତେକ ସିନିୟର ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇପାରେ । ବିସିସିଆଇ ବାରମ୍ବାର ପରୀକ୍ଷା ନିରୀକ୍ଷା କରୁଥିଲେ ମଧ୍ୟ ସେ ଭଳି ଆଖିଦୃଶିଆ ସଫଳତା ମିଳୁ ନାହିଁ ।

Leave A Reply

Your email address will not be published.