Latest Odisha News

BREAKING NEWS

ବରାହ ମାଂସ ଖାଇ ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ି ଅଡ଼ୁଆରେ ଯୁବକ

ଖୋର୍ଦ୍ଧା: ବରାହ ମାଂସ ଖାଇ ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ି ଅଡ଼ୁଆରେ ଯୁବକ। ବିକ୍ରମ ନାୟକ ନାମରେ ଜଣେ ଯୁବକ ବାରହା ମାଂସ ଖାଇ ବାହାଦୂରୀ ମାରି ଇନଷ୍ଟାଗ୍ରାମରେ ଭିଡ଼ିଓ ରିଲ୍ ଛାଡ଼ି ଏବେ ଫସିଛନ୍ତି। ତାଙ୍କ ରିଲକୁ ପ୍ରମାଣ ଭାବରେ ନେଇ ଯୁବକଙ୍କୁ ଗିରଫ କରିବା ପାଇଁ ରାଜ୍ୟର ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଅଭିଯୋଗ କଲେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ।

ଇମେଲ ଜରିଆରେ ସମସ୍ତ ପ୍ରମାଣ ସେ ରାଜ୍ୟର ଚିଫ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଦେବା ସହିତ, ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଆଡ଼ିସନାଲ ଡାଇରେକ୍ଟରଙ୍କୁ ମଧ୍ୟ କପି ଦେଇଛନ୍ତି।

ସୂଚନା ଯୋଗ୍ୟ, ବାରାହା ବା ୱାଇଲ୍ଡ ବୋର୍ ଭାରତୀୟ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ୍ ୧୯୭୨ ଅନୁଯାୟୀ Schedule 2 ବନ୍ୟ ପ୍ରାଣୀ। ବାରହା ଶିକାର କଲେ ୩-୭ ବର୍ଷ ଯାଏଁ ଜେଲ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ଅଛି।

Comments are closed.