Latest Odisha News

ସମ୍ପତ୍ତି ଲୋଭରେ ମାଆକୁ ହତ୍ୟା କଲା ପୁଅ !

ଯାଜପୁର: ଜମି ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ମାଆକୁ ହତ୍ୟା ତା’ର ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତକ ଜଣଙ୍କ ନାମ ଲବଙ୍ଗ ସାହୁ ହୋଇଥିବା ବେଳେ ତାଙ୍କ ଘର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଜମି ବିବାଦକୁ ନେଇ ପାଟିତୁଣ୍ଡ ହେବା ପରେ ଲବଙ୍ଗଙ୍କୁ ପୁଅ ସୁବାଶ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପରେ ଲବଙ୍ଗଙ୍କ ଝିଅ ବସନ୍ତି ନିଜ ଭାଇ ନାଁରେ ପାଣିକୋଇଲି ଥାନାରେ ଅଭିଯୋଗ ଦୟାର କରିଛନ୍ତି।

ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.