Latest Odisha News

BREAKING NEWS

ଅଲିମ୍ପିକ ଭିଲେଜ ବାହାରେ ଜାପାନର ଏହି ବ୍ୟକ୍ତିଙ୍କ ପ୍ଲାକାର୍ଡ ପ୍ରଦର୍ଶନକୁ ସାରା ବିଶ୍ୱରେ ପ୍ରଶଂସା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସାରା ବିଶ୍ୱର ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କ୍ରୀଡାର ଏହି ମହାକୁମ୍ଭର ସମସ୍ତେ ପଦକ ଆଶା କରିଥାନ୍ତି । ଯେଉଁମାନେ ଏଥିରେ ସଫଳ ହୁଅନ୍ତି ସେମାନଙ୍କ ମନ ଖୁସି ରହିବା ସ୍ୱାଭାବିକ । ତେବେ ଏଥିରୁ ବାଦ୍ ପଡି ଯାଇଥିବା ଆଥଲେଟ ନିରାଶ ହୋଇ ପଡିଥାନ୍ତି ।ତେବେ ଅଲିମ୍ପିକ୍ସ ଭିଲେଜ ବାହାରେ ଜାପାନର ଜଣେ ବ୍ୟକ୍ତି ଏଭଳି ଏକ ପ୍ଲାକାର୍ଡ ଦେଖାଇଛନ୍ତି ଯେ, ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି ।

ଏହି ପ୍ଲାକାର୍ଡରେ ସେ ଲେଖିଛନ୍ତି ସୁପ୍ରଭାତ ଆଥଲେଟ ବନ୍ଧୁ । ଆଜି ତୁମେ ପଦକ ଜିତି ନ ଥିଲେ ବି ତୁମେ ଶ୍ରେଷ୍ଠ । ନିଜ ଉପରେ ସର୍ବଦା ବିଶ୍ୱାସ ରଖ । ସବୁ ଦିନ ସକାଳ ୭ଟା୧୫ରେ ସେ ଏହି ପ୍ଲାକାର୍ଡ ଦେଖାଇଥାନ୍ତି । ଯାହାକି ଅନେକ ଆଥଲେଟଙ୍କୁ ମାନସିକ ଶକ୍ତି ପ୍ରଦାନ କରିଥାଏ । ଜାପାନ ମିଡିଆରେ ଏହି ଖବର ପ୍ରଚାର ହେବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.