ଭଦ୍ରକ : ଭଦ୍ରକର ଧାମନଗର ଅଂଚଳରେ ଭୟଙ୍କର ନିର୍ବାଚନୀ ହିଂସାକାଣ୍ଡ । ଗତକାଲି ରାତିରେ ଦଳାଙ୍ଗ ପଂଚାୟତର ଜାହାଙ୍ଗିରି ଅଂଚଳରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ପ୍ରତାପ ଚନ୍ଦ୍ର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପ୍ରଚାରକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖା ଦେଇଥିଲା । ବିଜେଡି ଓ ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି ।
ଧସ୍ତାଧସ୍ତିରେ ପ୍ରତାପ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ପ୍ରଚାରକୁ ନେଇ ପ୍ରତାପଙ୍କୁ ଆକ୍ରମଣ କରାଯାଇଛି ।
ପ୍ରାୟ ୧୫ରୁ ୨୦ଜଣ ଲୋକ ଆକ୍ରମଣ କରିଥିଲେ । ପୁଲିସ କହିଛି ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।
Comments are closed.