Latest Odisha News

ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ପାପଡାହାଣ୍ଡି ବ୍ଲକର ଦୁଇ ୱାର୍ଡବାସୀ

ପାପଡାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାପଡାହାଣ୍ଡି ବ୍ଲକର ଦୁଇ ଗୋଟି ୱାର୍ଡ ବାସୀ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଜୋନ ୩ ର ଘାଟଗୁଡା ପଞ୍ଚାୟତର କାଙ୍ଗମାଝୀ ଗୁଡାର ୧ ନମ୍ବର ୱାର୍ଡ ବାସୀର ୨୦୨ ଭୋଟର ଭୋଟ ବର୍ଜନ କରିଛନ୍ତି।

BjdElectrycity

ଚଳିତ ନିର୍ବାଚନରେ ୱାର୍ଡର ଅନୁସୂଚିତ ଜାତି ରହିଛି, କିନ୍ତୁ ଲୋକେ ଅନୁସୂଚିତ ଜନ ଜାତି କରିବା ଲାଗି ଦାବି କରିଥିଲେ। ବିଡ଼ିଓଙ୍କୁ ମଧ୍ୟ ଜଣାଇଥିଲେ, କିନ୍ତୁ କିଛି ପରିବର୍ତ୍ତନ କରାଗଲା ନାହିଁ । ଯେହେତୁ ୱାର୍ଡରେ ଆଦିବାସୀଙ୍କ ସଂଖ୍ୟା ଅଧିକ, ତେଣୁ ସେମାନେ ପ୍ରଶାସନକୁ ଜଣାଇଥିଲେ। ଆଜି ଏ ନେଇ ଗୋଟିଏ ବି ଭୋଟର ଭୋଟ ପକାଇ ନାହାନ୍ତି ।

ସେହିପରି ଜୋନ ୨ ମଇଦଲପୁର ପଞ୍ଚାୟତ ବୋରିପଦର ୱାର୍ଡ ୩ର ଭୋଟର ମୌଳିକ ସୁବିଧାରୁ ବଞ୍ଚିତ କରାଯାଇଥିବାରୁ ଭୋଟ ବର୍ଜନ କରିଛନ୍ତି। ଏଠାରେ ୧୯୪ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି |

Comments are closed, but trackbacks and pingbacks are open.