Latest Odisha News

BREAKING NEWS

କରୋନା ବଦଳରେ ନର୍ସ ଫୋଡ଼ି ଦେଲେ ରେବିଜ୍ ଟିକା

ମୁମ୍ୱାଇ: କୋଭିଡ୍ ଟିକାକରଣରେ ବଡ଼ ଧରଣର ଖାମଖିଆଲି । କୋଭିଡ୍ ଟିକା ବଦଳରେ ନର୍ସ ଜଣେ ବ୍ୟକ୍ତଙ୍କୁ ଫୋଡ଼ି ଦେଲେ ରେବିଜ୍ ଟିକା (କୁକୁର କାମୁଡ଼ିଲେ ଦିଆଯାଉଥିବା ଟିକା) । ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ କଲଓ୍ୱାର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି । ଏଭଳି ଅବହେଳା ପାଇଁ ଜଣେ ଡାକ୍ତର ଓ ସଂପୃକ୍ତ ନର୍ସଙ୍କୁ ନିଲମ୍ବନ କରାଯାଇଛି ।

ଗତକାଲି ଏହି ଘଟଣା ଘଟିଥିଲା । ରାଜକୁମାର ଯାଦବ ନାମକ ଜଣେ ବ୍ୟକ୍ତି କୋଭିଡ୍ ଟିକା ନେବାକୁ ଆସିଥିଲେ । ସେ କୋଭିସିଲ୍ଡ ଭ୍ୟାକସିନ୍ ନେବାର ଥିଲା । କିନ୍ତୁ ଭୁଲ୍ ବଶତଃ ସେ ରେବିଜ୍ ଟିକା ନେଉଥିବା ଲାଇନରେ ବସିଯାଇଥିଲେ । ନର୍ସ ତାଙ୍କର କେସ୍ ପେପର୍ ନଦେଖି ରେବିଜ୍ ଟିକା ଦେଇ ଦେଇଥିଲେ ।

ଥାନେ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଟିକା ଦେବା ପୂର୍ବରୁ ରୋଗୀଙ୍କ ପେପର୍ ଯାଞ୍ଚ କରିବା ନର୍ସଙ୍କ ଦାୟିତ୍ୱ । କିନ୍ତୁ ତାଙ୍କର ଅବହେଳାରୁ ଏଭଳି ଘଟଣା ଘଟିଲା । ଏଥିପାଇଁ ନର୍ସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

Leave A Reply

Your email address will not be published.