Latest Odisha News

BREAKING NEWS

ଅକ୍ଟୋବର ୨ରୁ ଆୟୋଜିତ ହେବ ଏକାମ୍ର ସଂସ୍କୃତି ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟର, ସଂସ୍କୃତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ,  ଆସନ୍ତା ଅକ୍ଟୋବର ୨ରୁ ସ୍ଥାନୀୟ ଏକାମ୍ର ହାଟରେ ଏକାମ୍ର ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାର ପାରମ୍ପରିକ ଖାଦ୍ୟପେୟ, ହସ୍ତତନ୍ତ, କଳା ସଂସ୍କୃତିର ଉତ୍କର୍ଷତାକୁ ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ନିକଟରେ ସଫଳ ଭାବରେ ଉପସ୍ଥାପନ କରିବା ପାଇଁ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।

ଆୟୋଜିତ ହେବାକୁ ଥିବା ଏହି ସଂସ୍କୃତି ସନ୍ଧ୍ୟା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂସ୍କୃତି ଭବନ ପରିସରର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଲାଇ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟନ ସହ କୋଭିଡ କଟକଣା ପାଳନର ମାର୍ଗ ଦର୍ଶିକା ସହ ଏକାମ୍ର ସଂସ୍କୃତି ସନ୍ଧ୍ୟା ଆୟୋଜନ ଉପରେ ଗୁରୁତ୍ୱାରୋପ କରା ଯାଇଥିଲା। ଏହି ଆଲୋଚନାରେ ଅରୁଣା ମହାନ୍ତି, ପ୍ରବୋଧ ରଥ, ସଙ୍ଗୀତା ଗୋସାଇଁ, ଲକ୍ଷ୍ମୀକାନ୍ତ ସେଠୀ, ରୀନା ମହାପାତ୍ର, ପି କେ ରାଉତ, ବିଜୟ କୁମାର ଜେନା , ଏସ କେ ମହାନ୍ତି, ରୁଦ୍ର ପ୍ରସନ୍ନ ରଥ, ବିପୁଲ ମାଲବ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା ସହ ବାସୁଦେବ ମାଲ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.