ଥିରୁଅନନ୍ତପୁରମ: କେରଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କାରରେ ଦେଖିବା ପରେ ରାଗିଯାଇ କାରରେ ନିଆଁ ଲଗାଇ ଦେଇଥିଲେ।
ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପତ୍ନୀଙ୍କ ସହିତ ଥିବା ବ୍ୟକ୍ତି ଜଣକ ତାଙ୍କର ବନ୍ଧୁ ବୋଲି ଜଣାପଡିଛି। ସେମାନଙ୍କୁ ଏକାଠି ଦେଖିବା ପରେ କ୍ରୋଧିତ ହୋଇଯାଇଥିଲେ ମହିଳାଙ୍କ ସ୍ବାମୀ। ଯାହାପରେ ସେ କାରରେ ନିଆଁ ଲଗାଇ ଦେଇଥିଲେ ଫଳସ୍ୱରୂପ ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପୋଲିସ ହତ୍ୟା ଏବଂ ଅନ୍ୟାନ୍ୟ ଗୁରୁତର ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଲାଇଛି।
ପୋଲିସର କହିବାନୁଯାୟୀ, ପଦ୍ମରାଜ ନିଜ ପତ୍ନୀଙ୍କ କାରକୁ ଫଲୋ କରି ରାତି ପ୍ରାୟ ୯ଟା ସମୟରେ କୋଲାମ ସିଟି ପୂର୍ବ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା କେମାମୁକ୍କୁ ଠାରେ ଅଟକାଇଥିଲେ। ଏହା ପରେ ଉଭୟଙ୍କୁ ଦେଖି ରାଗିଯାଇ କାରରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଥିଲେ।
ତେବେ ଡାକ୍ତରଖାନା ଯିବା ବାଟରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ତାଙ୍କ ସାଙ୍ଗ ନିଆଁରେ ପୋଡ଼ି ଯାଇଥିଲା ବେଳେ ତାଙ୍କର ଚିକିତ୍ସା ଚାଲିଛି। ପ୍ରାୟ ୫୦ ବର୍ଷ ବୟସ୍କ ପଦ୍ମରାଜନଙ୍କୁ କୋଲାମ ପୂର୍ବ ପୋଲିସ ଗିରଫ କରିଛି। ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି।