Latest Odisha News

BREAKING NEWS

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।

ବ୍ୟକ୍ତି ଜଣକ ଦିନ ମଜୁରିଆ ହୋଇଥିଲାବେଳେ ଫିଲିପାଇନ୍ସର ନାଗରିକ । କାଓସିଙ୍ଗର ଏକ ହୋଟେଲରେ ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ହେଲେ ମାତ୍ର ୮ ସେକେଣ୍ଡ ପାଇଁ ସେ ହୋଟେଲର ଓପନ୍ ହଲ୍‌କୁ ଯାଇଥିଲେ । ଏହି କାରଣରୁ ତାଙ୍କୁ ମୋଟା ଅଙ୍କର ଟଙ୍କା ଜରିମାନା ଦେବାକୁ ନୋଟିସ୍ ଜାରି ହୋଇଛି ।

ହୋଟେଲ ରୁମରୁ ବାହାରି ବ୍ୟକ୍ତି ଜଣକ ଓପନ ହଲକୁ ଯାଇଥିବା ନେଇ ସିସିଟିଭିରେ ଜଣାପଡିଥିଲା । ସିସିଟିଭି ଫୁଟେଜ ଦେଖି ହୋଟେଲ କର୍ମଚାରୀ ସହରର ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ବିଭାଗୀୟ ଯାଂଚ ପରେ ସେହି ବ୍ୟକ୍ତିଙ୍କୁ ୩୫୦୦ ଡଲାରର ଚାଲାଣ କଟାଯାଇଥିଲା ।

ତାଇୱାନର କଠୋର ନିୟମ ଅନୁଯାୟୀ କ୍ୱାରେଣ୍ଟାଇନ୍ ସମୟରେ କାହାରିକୁ ବି ଘରୁ ବାହାରିବାକୁ ଅନୁମତି ନଥାଏ । ଏପରିକି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ କେହି ପଦାକୁ ଗୋଡ କାଢିପାରିବେ ନାହିଁ । କରୋନା ମହାମାରୀକୁ ରୋକିବା ଦିଗରେ ଏପରି କଟକଣା ପାଇଁ ବିଶ୍ୱସ୍ତରରେ ତାଇୱାନକୁ ପ୍ରଶଂସା ମିଳିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦେଶରେ କେବେ ଲକଡାଉନ ଜାରି ହୋଇନଥିଲେ ବି କରୋନାକୁ ରୋକିବାରେ ଏହି ଦେଶ ବହୁମାତ୍ରାରେ ସଫଳ ହୋଇଛି ।

Leave A Reply

Your email address will not be published.