Latest Odisha News

ଫିଲ୍ମ “ପୁଷ୍ପା” ସାଇଡ୍ ଇଫେକ୍ଟସ୍‌; ଚନ୍ଦନ କାଠ ତସ୍କରି ପାଇଁ ଗିରଫ ଟ୍ରକ୍ ଚାଳକ

ଭୁବନେଶ୍ୱର: ସାଉଥ୍ ଇଣ୍ଡିଆନ୍ ବ୍ଲକ୍‌ବଷ୍ଟର୍ ଫିଲ୍ମ ପୁଷ୍ପାକୁ ନକଲ କରି ଲାଲ୍ ଚନ୍ଦନ କାଠ ତସ୍କରି କରିବା ଜଣେ ଟ୍ରକ୍ ଚାଳକଙ୍କୁ ମହଙ୍ଗା ପଡିଛି । ତସ୍କରି ତ ଫେଲ୍ ମାରିଲା, ଓଲଟା ଟ୍ରକ୍ ଚାଳକ ଜଣକ ମଧ୍ୟ ଚନ୍ଦନ କାଠ ସମେତ ପୋଲିସ ହାତରେ ଧରାପଡିଲା ।

କ୍ୟାଚ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଫିଲ୍ମ ପୁଷ୍କାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନକଲ୍ କରି ୟାସିନ୍ ଇନାୟତୁଲ୍ଲାହ ନାମକ ଜଣେ ଟ୍ରକ୍ ଡ୍ରାଇଭର୍ ରାତାରାତି କୋଟିପତି ହେବାକୁ ଚେଷ୍ଟା କରିଥିଲା । କର୍ଣ୍ଣାଟକ-ଆନ୍ଧ୍ର ବୋର୍ଡର୍ ଦେଇ ଅଭିଯୁକ୍ତ ଜଣକ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ପୋଲିସ ହାତରେ ଧରାପଡିଥିବା ସୂଚନା ରହିଛି ।

ଅଭିଯୁକ୍ତ ୟାସିନ୍ ନିକଟରୁ ପୋଲିସ ୨.୪୫ କୋଟି ଟଙ୍କା ମୂଲ୍ୟର ନାଲି ଚନ୍ଦନ କାଠ ଜବତ କରିଛି । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଜଣକ ଆନ୍ଧ୍ରପ୍ରଦେଶରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇନଥିଲା । ହେଲେ ମହାରାଷ୍ଟ୍ର ବୋର୍ଡର ନିକଟରେ ପୋଲିସ ନଜରରୁ ବର୍ତ୍ତିପାରିନଥିଲା ।

ଫିଲ୍ମ ପୁଷ୍ପାରେ ଚନ୍ଦନ କାଠ ତସ୍କରି କରିବାକୁ ଯାଇ ଅଭିନେତା ଅଲ୍ଲୁ ଅର୍ଜୁନ କ୍ଷୀର ଟ୍ୟାଙ୍କର ବ୍ୟବହାର କରିଥିଲେ । ଅଭିଯୁକ୍ତ ୟାସିନ ମଧ୍ୟ ନିଜ ଟ୍ରକରେ ଚନ୍ଦନ କାଠକୁ ଲୁଚାଇବା ପାଇଁ ଫଳମୂଳ ସମେତ ପନିପରିବାରେ ଆଚ୍ଛାଦିତ କରିଥିଲା । ଏପରିକି ୟାସିନ ନିଜ ଟ୍ରକରେ କୋଭିଡ୍ ଏସେନସିଆଲ୍ ଷ୍ଟିକର୍ ମାରିବାକୁ ମଧ୍ୟ ପଛାଇନଥିଲା ।

Comments are closed.