Latest Odisha News

BREAKING NEWS

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜଣେ ଝିଅକୁ ଭଦ୍ରକ ବଙ୍କବାସୁଳି ମନ୍ଦିରରେ ପ୍ରେମ ବିବାହ କରିଥିଲେ। ଯୁବତୀଜଣକ ନିଜ ବାପଘରେ ରହୁଥିବାବେଳେ ସମୀର ରହୁଥିଲେ ନିଜ ଘର ଜୟପୁରରେ ।

କଥା ହେବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ସମୀର ତାଙ୍କ ସ୍ତ୍ରୀଙ୍କୁ ଭଦ୍ରକ ଆସି ତାଙ୍କୁ ନେଇଯିବା ପାଇଁ କହିଥିଲେ । ଗତକାଲି ସକାଳୁ ସମୀର ଭଦ୍ରକରେ ପହଁଚିଲେ ବନ୍ତ ଛକରେ ଓ ପୂର୍ବଯୋଜନା ମୁତାବକ ସମ୍ପୃକ୍ତ ମହିଳାଙ୍କ ଭିଣୋଇ ଓ ଭାଇ ମିଶି ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏକ ଅଟୋରେ ବସାଇ ଯୁବତୀଙ୍କ ବାପ ଘର ବେଲଦାକୁ ନେଇ ପୁଣି ସେଠାରେ ନିର୍ଧୁମ ମାଡ ମାରିଥିଲେ।

ଖବରପାଇଁ ଗ୍ରାମବାସୀ ପହଞ୍ଚି ଅଚେତ ଅବସ୍ଥାରେ ସମୀରକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପହଞ୍ଚାଇବା ସହ ସମୀରର ଘର ଲୋକଙ୍କୁ ଖବର ଦେଇଥିଲେ। ଭଦ୍ରକ ସଦର ଥାନାରେ ସମୀର ସେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି, ଯାହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରହିଛି।

ଏନେଇ ସମୀର ସାଆନ୍ତ କହିଛନ୍ତି ଯେ ମୁଁ ଗୋଟିଏ ଝିଅକୁ ୭ ବର୍ଷ ଧରି ଭଲ ପାଉଥିଲି । ଆମେ ଏକାଠି ପାଠ ପଢୁଥିଲୁ। ତାଙ୍କ ବାପା ସେଠାରେ ଚାକିରି କରୁଥିଲେ । ପାଠପଢା ସମ୍ପୂର୍ଣ୍ଣ ହେବା ପରେ ସେ ଭଦ୍ରକ ଚାଲିଆସିଥିଲେ। ମୁଁ ତାଙ୍କୁ ବହୁଥର ଦେଖା କରିବାକୁ ଆସିଛି। ପରେ ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ।

କିନ୍ତୁ ୪-୫ ମାସ ତଳେ ଆମ ଭିତରେ ବଚସା ହୋଇଥିଲା। ଏନେଇ ସେ ମୋତେ କଥା ହେବାକୁ ଡାକିଥିଲେ। କିନ୍ତୁ ସେ ତାଙ୍କ ଭାଇ ଓ ଭିଣୋଇ ଭାଇଙ୍କୁ ଡାକିଥିଲେ। ସେମାନେ ମୋତେ ଭଦ୍ରକରୁ ୧୦ କିମି ଦୂର ନେଇ ମୋତେ ବାଡ଼େଇଲେ। ତାପରେ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନା ଆଣିଲେ।

Comments are closed.