ରାଉରକେଲା: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରେ ଥିବା ଜିନ୍ଦଲ ଗେଷ୍ଟ ହାଉସର ରୁମରୁ ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଥିବା ବେଳେ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲହୁଣୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୃତକ ମୋତିଲାଲ୍ ପାଲ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଜିନ୍ଦଲ ଗେଷ୍ଟ ହାଉସରେ ମୋତିଲାଲ୍ ଏକା ରହୁଥିଲେ । ତେବେ ସକାଳେ ରୋଷେୟା ଚା ଦେବାକୁ ଯିବାବେଳେ ମୋତିଲାଲଙ୍କୁ ତଳେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିଥିଲେ ।
ଏହା ପରେ ସେ ଏନେଇ ପୋଲିସକୁ ସୂଚନା ଦେବା ସହ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ଖଣି କନ୍ଦଳକୁ ନେଇ କେହି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି ।
Comments are closed.