Latest Odisha News

BREAKING NEWS

ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର

ଭଦ୍ରକ: ପୁଣି ଗୋରାମାଟି ସରପଞ୍ଚ ପରିବାରର ଦବଙ୍ଗଗିରି । ଭଦ୍ରକ ସାବରଙ୍ଗ ଥାନା ତୋରଣପଦା ଗାଁରେ ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର । ଇଟାଭାଟି ମାଲିକକୁ ଆକ୍ରମଣ ଘଟଣାର ତଦନ୍ତ ଓ ଆସାମୀ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଘର ଭିତରେ ପୂର୍ବ ପ୍ରସ୍ତୁତ ଭାବେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏମିତି କି ଘରର ମହିଳା ମାନେ ପନିକି, କତା ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ୨ ପୋଲିସ କର୍ମଚାରୀ ଗୁରୁତର ଓ ୨ କର୍ମଚାରୀ ଆହତ ହୋଇଛନ୍ତି ।

ତୋରଣପଦା ଗାଁରେ ଦୁଇ ଗୋଷ୍ଠୀ ସରପଞ୍ଚଙ୍କ ଭାଇ କରୁଣାକର ମଳିକ ଓ ଇଟା ଭାଟି ମିଲିକ ଦିଵ୍ୟ ପ୍ରସନ ତ୍ରିପାଠୀ ଜମିବାଡ଼ି ବିବାଦକୁ ନେଇ ଗତ ୫ ଅଗଷ୍ଟରେ ସଂଘର୍ଷ ହୋଇଥିଲା । ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ସାବରଙ୍ଗ ଥାନାରେ ଲିଖିତ ଏତଲା ହୋଇଥିଲା । ତେବେ କରୁଣାକର ମଳିକଙ୍କ ନାଁରେ ଏତଲା ଥିବାରୁ ପୋଲିସ ତାଙ୍କ ଘରକୁ ଯାଇଥିଲା । ବହୁ ଥର ଡାକିବା ପରେ କରୁଣାକର ଘରୁ ବାହାରି ନଥିଲେ । କିଛ ସମୟ ପରେ ଘର ଭିତରେ ଥିବା ପରିବାର ସଦସ୍ୟ ମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

ମହିଳା ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ପୋଲିସ କର୍ମୀଙ୍କୁ ପନିକି ଓ ଅନ୍ୟ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ମହିଳା କନେଷ୍ଟବଳଙ୍କ ସହ ୪ ଜଣ ଗୁରୁତର ଓ ଆହତ ହୋଇଛନ୍ତି । ତେବେ ଆକ୍ରମଣ ପରେ ୬ ଜଣଙ୍କୁ ପୋଲିସ ଅଟକ ରଖାଯାଇଥିବା ସୂଚନା ମିଳିଛି । ଗୁରୁତର ଓ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଭଦ୍ରକ ଏସଡିପିଓ ସାର୍ଥକ ରାୟ ଉପସ୍ଥିତ ଥିବା ବେଳେ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.