Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ନୂଆ ନିୟମ; ୭ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌

ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏହି ନୂତନ ନିୟମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂତନ ନିୟମ ଅନୁଯାୟୀ ଦେଶରେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ଯାତ୍ରୀଙ୍କୁ ସାତ ଦିନ ପାଇଁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡିବ।

ଯାତ୍ରୀମାନେ ଅନଲାଇନ୍ ଏୟାର ସୁବିଧା ପୋର୍ଟାଲରେ ଏକ ସେଲ୍‌ଫ ଡିକ୍ଲାରେସନ୍‌ ଫର୍ମ ଦାଖଲ କରିବେ। ଯାତ୍ରା କରିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ କରାଯାଇଥିବା ଏକ ନେଗେଟିଭ କରୋନା ଆର୍‌ଟିପିସିଆର୍‌ ରିପୋର୍ଟ ଅପଲୋଡ୍ କରିବା ଜରୁରୀ।

ଭାରତରେ ପହଞ୍ଚିବା ପରେ ଯାତ୍ରୀମାନେ ବିମାନବନ୍ଦରରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଥର୍ମାଲ୍‌ ସ୍କ୍ରିନିଂ କରିବେ।

Comments are closed.