Latest Odisha News

BREAKING NEWS

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦ ହଜାର କମ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରୁ ସର୍ବାଧିକ ୩୩ହଜାର ୪୭୦, ପଶ୍ଚିମବଙ୍ଗରୁ ୧୯ହଜାର ୨୮୬, ଦିଲ୍ଲୀରୁ ୧୯ହଜାର ୧୬୬, ତାମିଲନାଡୁରୁ ୧୩ହଜାର ୯୯୦ ଓ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୯୮ ନୂଆ ଆକ୍ରାନ୍ତ । ଆଜି ଦେଶରେ ପଜିଟିଭ ହାର ରହିଛି ୧୦.୬୪ ପ୍ରତିଶତ । ଏବେ ୮ଲକ୍ଷ ୨୧ହଜାର ୪୪୬ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ କରେନା ସାରା ଦେଶରୁ ଆଉ ୨୭୭ ଆକ୍ରାନ୍ତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୪ହଜାର ୮୪ହଜାର ୨୧୩କୁ ବୃଦ୍ଧି ପାଇଛି । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪୬୧ ।

Leave A Reply

Your email address will not be published.