Latest Odisha News

BREAKING NEWS

ପୁରୀରେ ହେବ ପଞ୍ଚତାରକା ହୋଟେଲ: ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି । ସିପସରୁବାଲି ଅଞ୍ଚଳରେ ସ୍ୱସ୍ତି ପ୍ରିମୟମ ବିଚ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦କୋଟିର ପୁଞ୍ଜିନିବେଶ ହେବ ।

ରିସୋର୍ଟ ପରିସରରେ ମୁକ୍ତାକାଶ ଲ୍ୟାଣ୍ଡସ୍କେପିଂ ଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରିତ ବୃହତ ସମ୍ମିଳନୀ କକ୍ଷ ରଖାଯିବ। ବିଭିନ୍ନ ରାଜ୍ୟ ଓ ଦେଶର ପ୍ରମୁଖ ଖାଦ୍ୟକୁ ନେଇ ଏକ ଫୁଡ଼ କୋର୍ଟ ମଧ୍ୟ ନିର୍ମାଣ କରାଯିବ। ୨୦୨୪ ଜାନୁୟାରୀ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ସହ ମେଗା ସମ୍ମିଳନୀ ଓ ବାହାଘର ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ୧୩ ମହଲା ଉପରେ ସ୍କାଏ ଲାଉଞ୍ଜ ବାର ରହିବ। ଏଥିରେ ମୋଟ ୧୨୫ଟି ରୁମ ରହିବ। ଷ୍ଟେଟ ଅଫ ଆର୍ଟ ୱେଲନେସ ସ୍ପା ଓ ଜିମ ବ୍ୟବସ୍ଥା ରହିବ।

ପୁରୀରେ ଏହି ପଞ୍ଚତାରକା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ରିସୋର୍ଟ ବହୁମାତ୍ରାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସମସ୍ତେ ଆଶା ରଖଛନ୍ତି ।

 

Leave A Reply

Your email address will not be published.