Latest Odisha News

ହାତରେ ରାଇଫଲ ଧରି ଫୁଟବଲ୍ ଖେଳୁଛନ୍ତି ଖେଳାଳୀ

ଇମ୍ଫାଲ: ଗତ କିଛି ଦିନ ଧରି ମଣିପୁରର ସ୍ଥିତିବହୁତ ଖରାପ ରହିଛି। ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ଲେ ଗ୍ରାଉଣ୍ଡରେ କିଛି ଲୋକ ହାତରେ ବନ୍ଧୁକ ଧରି ଫୁଟବଲ୍ ଖେଳୁଛନ୍ତି। ତେବେ ସେମାନେ ଯେଉଁ ବନ୍ଧୁକ ଧରିଛନ୍ତି ସେଗୁଡିକ ହେଉଛି ଏକେ-୪୭ ଏବଂ ଆମେରିକାର ଏମ୍ ସିରିଜ୍ ଆସଲ୍ଟ ରାଇଫଲ୍।

ଏହି ଭିଡିଓଟି ଗାମନମଫାଇ ଗ୍ରାମର ନୋହଜାଙ୍ଗ କିପଗେନ ମେମୋରିଆଲ ଖେଳପଡ଼ିଆର ବୋଲି ଜଣାଯାଉଛି। ତେବେ ଏହା ମଣିପୁରର ରାଜଧାନୀରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଖେଳାଳିମାନଙ୍କ ଜର୍ସିର ଆଗରେ “ସନାଖାଙ୍ଗ” ଲେଖାଯାଇଥିବା ବେଳେ ଏକ ରାଇଫଲ୍ ଧରିଥିବା ଏକ ବ୍ୟକ୍ତିଙ୍କ ଜର୍ସିର ପଛପଟେ ଗିନା କିଙ୍ଗପେନ୍ ଏବଂ ୧୫ ନମ୍ବର ଲେଖାଯାଇଛି।

ସୂଚନା ଅନୁଯାୟୀ ଏହି ମ୍ୟାଚ୍ ଜାନୁଆରୀ ୨୦ ତାରିଖରେ ଖେଳାଯାଇଥିଲା। ମୈତେଇ ସମ୍ପ୍ରଦାୟର ଏକ ସିଭିଲ ସୋସାଇଟି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ କରି କର୍ତ୍ତୃପକ୍ଷଙ୍କୁ ଏହି ଅସ୍ତ୍ରଶସ୍ତ୍ରର ତଦନ୍ତ କରିବାକୁ ଅନୁରୋଧ ମଧ୍ୟ କରାଯାଇଛି।

 

 

Comments are closed.