Latest Odisha News

କୋହଲି, ରୋହିତଙ୍କୁ ଓଡିଶା କ୍ରିକେଟପ୍ରେମୀ ଦେଖିବେ କି ଶେଷଥର

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଓଡିଶା ତଥା କଟକ ଏକପ୍ରକାର କ୍ରିକେଟ ମୁଖରିତ । ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଦେଖିବା ପାଇଁ ସେମାନେ ବ୍ୟଗ୍ର ହୋଇ ଉଠିଛନ୍ତି । ପ୍ରଶଂସକମାନଙ୍କ ମନରେ ଘର ବାନ୍ଧିଛି ଯେ, ଏହି ଦୁଇ ଷ୍ଟାର ଶେଷଥର ପାଇଁ କଟକରେ ମ୍ୟାଚ ଖେଳିବେ ।

ଆଗକୁ ଅବସର ସମ୍ଭାବନା ଅଧିକ ଥିବାରୁ ଓଡିଶାର କ୍ରିକେଟପ୍ରେମୀ ଭାବୁଛନ୍ତି ଏଠାରେ ଆଉ ସେମାନଙ୍କୁ ଖେଳୁଥିବା ବେଳେ ସେମାନେ ଦେଖି ପାରିବେ ନାହିଁ । ଉଭୟ ଖେଳାଳିଙ୍କ ଫର୍ମ ଏବେ ଚିନ୍ତାର କାରଣ ସାଜିଛି । ଟି୨୦ରୁ ଅବସର ନେବା ପରେ ସେମାନଙ୍କ ଉପରେ ବିସିସିଆଇ ପରୋକ୍ଷରେ ଚାପ ପକାଇବା ମଧ୍ୟ ଆରମ୍ଭ କରିଛି ।

ରୋହିତଙ୍କ ପାଇଁ ବାରବାଟୀ ଲକି: ରୋହିତ ଶର୍ମାଙ୍କ ପାଇଁ ବାରବାଟୀ ସର୍ବଦା ଲକି ସାବ୍ୟସ୍ତ ହୋଇଛି । ସେ ଏଠାରେ ୩ଟି ମ୍ୟାଚ ଖେଳି ୭୧.୫୦ ଆଭରେଜରେ ୧୪୩ ରନ କରିଛନ୍ତି । ରୋହିତ ଏହି ମ୍ୟାଚ ମାଧ୍ୟମରେ ଫର୍ମକୁ ଫେରିବେ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି । ଆଉ ଯଦି ଏହା ହୁଏ ରୋହିତଙ୍କ କ୍ୟାରିୟରରେ ବଡ ପରିବର୍ତନ ଆସିପାରେ । ରୋହିତ ଇଂଲଣ୍ଡ ବିପକ୍ଷରେ ଆଉ ୨୪ ରନ କଲେ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହକାରୀଙ୍କ ତାଲିକାରେ ୧୦ମ ସ୍ଥାନରେ ରହିବେ । ସେ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ପାରନ୍ତି । ୧୩୪ ରନ ସଂଗ୍ରହ କଲେ ୧୧୦୦୦ ରନ କ୍ଲବରେ ସାମିଲ ହେବେ ।
କୋହଲିଙ୍କ ନିକଟରେ ରହିଛି ସୁଯୋଗ: ରୋହିତ ଶର୍ମାଙ୍କ ତୁଳନାରେ ବିରାଟ କୋହଲିଙ୍କ ନିକଟରେ ଆଉ କିଛି ଦିନ କ୍ରିକେଟ ଖେଳିବା ସୁଯୋଗ ରହିଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ଆଘାତ ସମସ୍ୟା ଯୋଗୁ ଖେଳିପାରି ନ ଥିଲେ । ଏଠାରେ କୋହଲିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ନିକଟରେ ଉତ୍କଣ୍ଠା ବାରି ହୋଇ ଯାଉଥିଲା । ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ କ୍ରିକେଟ ଫେରିଛି । କୋହଲି ଫିଟ ଥିବା ରୋହିତ କହିଛନ୍ତି । କୋହଲି ଏଠାରେ ଯଦି ବଡ ଇନିଂସ ଖେଳିବେ ତେବେ ନିଶ୍ଚିତ ଭାବେ ଓଡିଶାକ୍ରିକେଟପ୍ରେମୀଙ୍କ ପାଇଁ ଏହା ଏକ ବଡ ଉପହାର ହେବ ।

Comments are closed.