Latest Odisha News

BREAKING NEWS

କର୍କଟ ରୋଗର ଆଶଙ୍କା ବଢାଏ ରୋଷେଇ ଘରେ ଥିବା ଏହି ଜିନିଷ

ଭୁବନେଶ୍ବର: ଆଜିକାଲି ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ବାରା କର୍କଟ ରୋଗ ବୃଦ୍ଧି ପାଉଛି। ତେବେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ଏହି ଜିନିଷଗୁଡ଼ିକୁ ଖାଉ ନାହାଁନ୍ତି ତ? ଯେଉଁ କାରଣରୁ ଏହି ଗମ୍ଭୀର ଏବଂ ସାଂଘାତିକ ରୋଗର ଆଶଙ୍କା ବଢିପାରେ । ଜରୁରୀ ନୁହେଁ କେବଳ ଧୂମପାନ କିମ୍ବା ମଦ ପିଇବାର ଖରାପ ଅଭ୍ୟାସ ହେତୁ ହିଁ କର୍କଟ ଭଳି ରୋଗ ହେବ । ଆପଣ ଜାଣି ରଖନ୍ତୁ ପ୍ରୋସେଡ ମିଟ୍ କୁ ସବୁବେଳେ ନିଜର ଖାଦ୍ୟରେ ସାମିଲ କରିବା ଦ୍ବାରା ମଧ୍ୟ କର୍କଟ ରୋଗର ଆଶଙ୍କା ବଢିପାରେ ।

ସେହିପରି ଆପଣ ଜାଣନ୍ତି କି, ଅତ୍ୟଧିକ ଚିନି ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ଯଦି ଆପଣ ନିୟମିତ ଭାବେ ଅଧିକ ଚିନି ଖାଆନ୍ତି, ତେବେ କିଛି ପ୍ରକାର କର୍କଟ ରୋଗରେ ଆପଣ ଆକ୍ରାନ୍ତ ହୋଇ ପାରନ୍ତି ।

ଯେଉଁମାନେ ଅଧିକ ଜଙ୍କ୍ ଫୁଡ୍ ଖାଆନ୍ତି, ସେମାନେ ମଧ୍ୟ କର୍କଟ ଭଳି ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ପ୍ରତିଦିନ ଛଣାଛଣି ଖାଦ୍ୟ ଖାଇବା ଦ୍ବାରା କିମ୍ବା ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା କେବଳ କର୍କଟ ରୋଗ ହେବାର ଆଶଙ୍କା ବଢି ନଥାଏ ବରଂ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ ।

ଖାଦ୍ୟ ସଂରକ୍ଷଣ ପାଇଁ ଯଦି ଆପଣ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏହି ଅଭ୍ୟାସକୁ ଛାଡି ଦିଅନ୍ତୁ  । ଜାଣି ରଖନ୍ତୁ  ପ୍ଲାଷ୍ଟିକରେ ମିଳୁଥିବା ଉପାଦାନଗୁଡ଼ିକ କର୍କଟ ଭଳି ସାଂଘାତିକ ରୋଗର ଆଶଙ୍କା ବଢାଇପାରେ ।

Comments are closed.