Latest Odisha News

Manipur Violence: ମଣିପୁରରେ ପୁଣି ହିଂସା, NIAକୁ ମାମଲା ହସ୍ତାନ୍ତର କଲେ ରାଜ୍ୟପାଳ

ଇମ୍ଫାଲ: ମଣିପୁରରେ ପୁଣି ହିଂସା। ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ କୁକି ସଂପ୍ରଦାୟର ଲୋକେମାନେ ମୈତେଇ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଅପହରଣ କରି ଗୁଳି କରି ହତ୍ୟା କରିଛନ୍ତି, ଯାହା ଅଶାନ୍ତ ମଣିପୁରରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ହତ୍ୟାର ପ୍ରତିବାଦରେ ମୈତେଇ ସମ୍ପ୍ରଦାୟର ସଦସ୍ୟମାନେ ଗୁରୁବାର କାକଚିଙ୍ଗ ଜିଲ୍ଲାରେ ଏକ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

ସେମାନେ ରାସ୍ତାରେ ଟାୟାର ଜାଳିଥିଲେ, ଯାନବାହନ ଅଟକାଇଥିଲେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇମ୍ଫାଲ ପୂର୍ବ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରତିବାଦ କରାଯାଇଥିଲା। ମୃତକଙ୍କ ନାମ ୩୮ ବର୍ଷୀୟ ମାୟାଙ୍ଗଲାମ୍ବମ୍ ଋଷିକାନ୍ତ ସିଂହ ବୋଲି ଚିହ୍ନଟ କରାଯାଇଛି। ସେ କୁକି ଆଦିବାସୀ ସମ୍ପ୍ରଦାୟର ଜଣେ ଯୁବତୀ ଚିଙ୍ଗନୁ ହାଓକିପଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ନାମ ଗିନ୍ମିନ୍ଥାଙ୍ଗ୍ ରଖିଥିଲେ।

ଲୋକଭବନ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟପାଳ ମାୟାଙ୍ଗଲାମ୍ବମ୍ ଋଷିକାନ୍ତ ସିଂହଙ୍କ ହତ୍ୟା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ହତ୍ୟା ମାମଲା NIAକୁ ହସ୍ତାନ୍ତର କରାଯାଇଛି। ସେ କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଦ୍ୱାରା ସମନ୍ୱିତ ପ୍ରୟାସ ସହିତ ଅପରାଧୀମାନଙ୍କୁ ଧରିବା ପାଇଁ ବୁଧବାର ରାତିରୁ ଏକ ସର୍ଚ୍ଚ ଅପରେସନ ସଘନ ତଲାସୀ ଅଭିଯାନ ଆରମ୍ଭ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସର୍ଚ୍ଚ ଅଭିଯାନ ଚାଲିଛି।

Comments are closed.