Latest Odisha News

BREAKING NEWS

ମଞ୍ଜ୍ରେକରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇଲା ବିସିସିଆଇ

ନୂଆଦିଲ୍ଲୀ : ବିସିସିଆଇ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜ୍ରେକରଙ୍କୁ ଭାଷ୍ୟକାର(କମେଣ୍ଟ୍ରି) ପ୍ୟାନେଲରୁ ହଟାଇଦେଇଛି । ବିଶ୍ବର ବଡ଼ ଭାଷ୍ୟକାର ତାଲିକାରେ ଅନ୍ତର୍ଭୁକ୍ତ ଥିବା ମଞ୍ଜରେକର ଗତ ତିନିଟି ବିଶ୍ୱକପ୍‌ରେ କମେଣ୍ଟ୍ରି କରିଥିଲେ। ସୂଚନା ଅନୁସାରେ ତାଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ କମେଣ୍ଟ୍ରି ପ୍ୟାନେଲରେ ସ୍ଥାନ ଦିଆଯାଇ ନାହିଁ । ଏପରିକି ଆଗାମୀ ଆଇପିଏଲରୁ ମଧ୍ୟ ତାଙ୍କୁ ବାହାର କରାଯାଇଛି ।

ମୁଁ ମୋ କାର୍ଯ୍ୟ ନିÂାର ସହିତ ତୁଲାଇଥାଏ । ବୋଧହୁଏ ବିସିସିଆଇ ମୋ ଉପରେ ସନ୍ତୁଷ୍ଟ ନ ଥିଲା ବୋଲିମଞ୍ଜ୍ରେକର କହିଛନ୍ତି । ସଞ୍ଜୟ ମଞ୍ଜ୍ରେକରଙ୍କୁ ତାଙ୍କ ବିବୃତ୍ତି ଏବଂ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲଗାତାର ବିବାଦ ଘେରରେ ରହିଥିଲେ। ଖେଳାଳିମାନେ ମଧ୍ୟ ତାଙ୍କୁ ଅନେକ ଥର ସମାଲୋଚନା କରିଥିବା ଦେଖାଯାଇଛି।

ପୂର୍ବରୁ ବିସିସିଆଇ କରୋନା ଭାଇରସର ବୃଦ୍ଧିକୁ ଦୃଷ୍ଟିରେ ରଖି ବିସିସିଆଇ ଶୁକ୍ରବାର ଦିନ ଆଇପିଏଲକୁ ସ୍ଥଗିତ ରଖିଛି ଏବଂ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଉପରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି।

Comments are closed.