Latest Odisha News

BREAKING NEWS

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌

ନ୍ୟୁୟର୍କ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ହ୍ୱାଇଟ୍‌ ହାଉସ୍‌ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏକ ଉଚ୍ଚସ୍ତରୀୟ ସମ୍ମିଳନୀରେ କରୋନା ସଂକ୍ରମିତ ଜଣେ ରାଷ୍ଟ୍ରଦୂତଙ୍କ ସହ ଟ୍ରମ୍ପଙ୍କର ସାକ୍ଷାତକାର ହୋଇଥିଲା । ସେହି ବ୍ୟକ୍ତିଙ୍କ ସହ ଟ୍ରମ୍ପ ରାତ୍ର ଭୋଜନରେ ସାମିଲ ହୋଇଥିଲେ । ଏହା ପରେ କୋଭିଡ୍‌-୧୯ ପାଇଁ ଟ୍ରମ୍ପଙ୍କର ପରୀକ୍ଷଣ କରାଯାଇଥିଲା । ମାତ୍ର ସେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ନଥିବା ରିପୋର୍ଟ ଆସିଛି ।

ଏ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସାମ୍ବାଦିକମାନେ ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିଥିଲେ । ସେ କରୋନା ଦ୍ୱାରା ସଂକ୍ରମିତ ହୋଇ ନଥିବା ଟ୍ରମ୍ପ ସୂଚନା ଦେଇଛନ୍ତି ।  ବ୍ରାଜିଲ୍‌ର ଏ ପ୍ରତିନିଧି ମଣ୍ଡଳ ଟ୍ରମ୍ପଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ । ତାଙ୍କ ମଧ୍ୟରେ ଜଣେ କରୋନା ରୋଗୀ ଥିଲେ । ଏହି ସାକ୍ଷାତକାରର ଏକ ସପ୍ତାହ ପରେ ମଧ୍ୟ ଟ୍ରମ୍ପଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖଇବା ପାଇଁ ମିଳି ନଥିଲା ।

Leave A Reply

Your email address will not be published.