Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଛତିଶଗଡ଼ରେ ୨୯ ମାଓବାଦୀ ମୃତ, ଝାଡ଼ଖଣ୍ଡ ସୀମାନ୍ତରେ ବିପୁଳ ମାଓ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଛତଶଗଡରେ ବଡ ଧରଣର ମାଓ ଅପରେସନ୍ । ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୯ ଜଣ ନକ୍ସଲ ନିହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୮ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଆଜି ଏହି ସଂଖ୍ୟା ୨୯ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ହାର୍ଡକୋର ନକ୍ସଲ କମାଣ୍ଡର ଶଙ୍କର ରହିଛି । ଅପରେସନରେ ତିନି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ କଡା ନଜର ରଖିଛି ସୁରକ୍ଷା ବାହିନୀ । ସାଧାରଣ ନିର୍ବାଚନକୁ ଯେପରି ସୁରୁଖୁରୁରେ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।

ଅନ୍ୟପଟେ, ଝାଡ଼ଖଣ୍ଡ ଗୋଏଲକେରା ଥାନା ଟେନ୍‌ଟୋ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ବିଶେଷ ସୂତ୍ରରୁ ଖବରପାଇ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ମାଓ କ୍ୟାମ୍ପ ଧ୍ବଂସ କରିବା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ।

ବିଷାକ୍ତ ଲେପ ଥିବା ୨୧ଟି ତାର, ୨.୫ କେଜି ଗନ୍ ପାଉଡର୍ ଜବତ କରାଯାଇଛି । ୫ କେଜି ଆମୋନିଆ ନାଇଟ୍ରେଟ ପାଉଡର, ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଛନ୍ତି ।

Leave A Reply

Your email address will not be published.