Latest Odisha News

BREAKING NEWS

ପୋଲିସ୍ –ମାଓବାଦୀ ମୁହାଁମୁହିଁ, ମାଓନେତା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ପୋଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ବେଳେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ଯବାନ ଗୁରୁତର ହୋଇପଡ଼ିଛନ୍ତି । ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ମାଲକାନଗିରି ଡିଭିଏଫ ଓ ଏସଓଜି ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଲଞ୍ଚ କରା ଯାଇଥିଲା ।

ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳିଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏଥିରେ ଜଣେ ମାଓନେତା ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବନ୍ଧୁକ ମଧ୍ୟ ଜବତ ହୋଇଛି । ଜଣେ ଯବାନ ଆହତ ହୋଇଥିବା ଜଣା ପଡ଼ିଛି । ବର୍ତ୍ତମାନ ମଧ୍ୟ ସମ୍ପୂର୍କ୍ତ ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ଆହତ ଯବାନ ଙ୍କୁ ଉଦ୍ଧାର କରିବା ପାଇଁ ହେଲିକ୍ୟାପ୍ଟର ମଗା ଯାଇଥିବା ଜଣା ପଡିଛି ।

Leave A Reply

Your email address will not be published.