Latest Odisha News

ମାଓ କମାଣ୍ଡର ଗିରଫ; ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ପୋଲିସକୁ ସଫଳତା । ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓ କମାଣ୍ଡର ଗିରଫ । ମାଲକାନଗିରି ସୀମାନ୍ତରେ ଶୁକ୍ରବାର ପୁଣି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ମାଓ କମାଣ୍ଡର ମୋତିରାମ ଓରଫ ରାକେଶ ଉସେଣ୍ଡିକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ ।

ପୂର୍ବରୁ ମୋତିରାମ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ଘଟଣାସ୍ଥଳରୁ ଯବାନମାନେ ଗୋଟିଏ ବନ୍ଧୁକ, ବିସ୍ଫୋରକ ସମେତ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛିନ୍ତି ।

ତେବେ କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଧୀନ ଜଙ୍ଗଲରେ ଡିଆରଜି, ବିଏସଏଫ୍ ଯବାନ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିବାବେଳେ, ମୋତିରାମକୁ କାବୁ କରିବରେ ସଫଳ ହୋଇଛନ୍ତି ଯବାନ ।

Comments are closed.