Latest Odisha News

BREAKING NEWS

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଲେ ଶାହିଦ କପୁର..

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରାମାଡ ପରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଅଭିନେତା ସୈଫ୍‌ଙ୍କର ଲୀଳାବତୀ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଛି ଏବଂ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି । ତାଙ୍କ ଉପରେ ଆକ୍ରମଣ ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । ପତ୍ନୀ କରୀନା କପୁରଙ୍କ ପରେ ଏବେ ଅଭିନେତା ଶାହିଦ କପୁର ପ୍ରଥମ ଥର ପାଇଁ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ।

ଶାହିଦ ତାଙ୍କ ଆଗାମୀ ଫିଲ୍ମ ‘ଦେବା’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ କହିଥିଲେ ଯେ, “ଏହା ଏକ ଦୁଃଖଦ ଘଟଣା ଏବଂ ସମସ୍ତ ସେଲିବ୍ରିଟି ଏହାକୁ ନେଇ ଚିନ୍ତିତ।” ଆମେ ଆଶା କରୁଛୁ ଯେ ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବ ଏବଂ ସେ ଏବେ ଟିକେ ସୁସ୍ଥ ଅନୁଭବ କରୁଛନ୍ତି । ଆମେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛୁ ଯେ ନିଜ ଘରେ କିପରି ଏପରି ଘଟିଲା । ମୁମ୍ବାଇ ଭଳି ସହରରେ ଏପରି ଘଟଣା ଭାବିବା ବହୁତ କଷ୍ଟକର, ଏହି ସ୍ଥାନକୁ ସାଧାରଣତଃ ବହୁତ ସୁରକ୍ଷିତ ବୋଲି ବିବେଚନା କରାଯାଏ । ମୁଁ ନିଶ୍ଚିତ ଯେ ପୋଲିସ ତାର ସମସ୍ତ ଚେଷ୍ଟା କରୁଛି । ଆମେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଆଶା କରୁଛୁ ଏବଂ ତାଙ୍କ ପାଇଁ ସବୁବେଳେ ପ୍ରାର୍ଥନା କରୁଛୁ” ।

ସୂଚନାଯୋଗ୍ୟ, ଜାନୁଆରୀ ୧୫ ତାରିଖ ରାତି ପ୍ରାୟ ୩.୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଜଣେ ଦୁର୍ବୁତ୍ତ ଛୁରୀରେ ଆକ୍ରମଣ କରିଥିଲା । ରିପୋର୍ଟ ଅନୁଯାୟୀ, ଦୁର୍ବୁତ୍ତ ଜଣକ ତାଙ୍କୁ ଥରେ କି ଦୁଇଥର ନୁହେଁ ବରଂ ଛଅ ଥର ଛୁରୀରେ ଆକ୍ରମଣ କରିଥିଲା । ଏହି ଘଟଣାରେ, ଅଭିନେତାଙ୍କ ଦୁଇଟି ସ୍ଥାନରେ ଅନେକ ଗୁରୁତର ଆଘାତ ଲାଗିଥିଲା, ଯାହା ପରେ ଅଭିନେତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ, ସୈଫ ବିପଦମୁକ୍ତ ଅଛନ୍ତି ।

Comments are closed.