Latest Odisha News

ପୋଲିସ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର , ମାଓବାଦୀ ଆହତ

ମାଲକାନଗିରି :ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ମାଓବାଦୀ ଆହତ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡଖୋର ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।ଆହାତ ମାଓବାଦୀକୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି ସୁରକ୍ଷା କର୍ମୀ ।

ସୂଚନା ଅନୁସାରେ ବିଜାପୁର ତାରେମା ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା ।ଏହାପରେ ସିଆରପିଏଫ୍ କୋବ୍ରା ଜବାନଙ୍କ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀ ମୀନେ ଅତର୍କିତ ଗୁଳିମାଡ କରିଥିଲେ ।ଏହାର ପାଲଟା ଜବାବ ଦେଇ ସୁରକ୍ଷା କର୍ମୀମାନେ ମଧ୍ୟ ପ୍ରବଳ ଗୁଳିମାଡ ଜାରି ରଖିଥିଲେ ।

ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହେବାପରେ ନକ୍ସଲ ମାନେ ଘଟଣା ସ୍ଥଳ ଛାଡି ପଳାଇଛନ୍ତି । ବତ୍ତମାନ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବିଜାପୁର ଏଏସପି ପଙ୍କଜ ଶୁକ୍ଲା ।

Comments are closed, but trackbacks and pingbacks are open.