Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ରେଡ୍ ଚଳାଇଛନ୍ତି ।ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ ଆମ୍ବପାଳସ୍ଥିତ ପୈତୃକ ଘର ଓ ଢେଙ୍କାନାଳ ମେରାମଣ୍ଡଳୀସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

କଟକ ଭିଜିଲାନ୍ସର ଦୁଇଜଣ ଡ଼ିଏସପିଙ୍କ ସମେତ ଅନୁଗୁଳ ଡ଼ିଏସପି ଓ ଅନ୍ୟ ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି । ଚଢ଼ାଉ ବେଳେ ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ପ୍ରାୟ ୯୬ ଲକ୍ଷ ୯୭ ହଜାର ଟଙ୍କାର ଫିକ୍ସ ଏବଂ ଡିପୋଜିଟ ରହିଥିବା ଜଣା ପଡୁଛି । ଯେଉଁଥିରେ ୧୦ ଟି ଫିକ୍ସ ଡିପୋଜିଟ ରହିଛି । ତାଙ୍କର ଗୋଟିଏ ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ବିଶିଷ୍ଟ ଘର ଥିବା ଜଣା ପଡିଛି ।ଏହା ସହ ଘରୁ ନଗଦ ଟଙ୍କା ୧୧୦ ଗ୍ରାମ ସୁନା , ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ନଗଦ କ୍ୟାସ ବାହାରିଛି । ବିଭିନ୍ନ ସ୍ଥାନରେ ଜମି , ଘର ଓ ଗାଡି ଥିବା ଜଣା ପଡ଼ିଛି ।

ଢେଙ୍କାନାଳ ଜିଲା ମେରାମଣ୍ଡଳୀରେ ଥିବା ସମ୍ପର୍କୀୟଙ୍କ ଘର ଓ ତାଳଚେର ବିଡ଼ିଓ କାର୍ଯ୍ୟାଳୟର ଜେଇଙ୍କ ଚାମ୍ବରରେ ମଧ୍ୟ ଚଢ଼ାଉ ଚାଲିଛି ।ଏବେ ମଧ୍ୟ ଚଢ଼ାଉ ଜାରି ରହିଥିବା ବେଳେ ସଂପୂର୍ଣ୍ଣ ଆକଳନ ସାରିବା ପରେ ପ୍ରକୃତରେ ବିରଞ୍ଚି କେତେ ଟଙ୍କା ସମ୍ପତ୍ତିର ମାଲିକ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହା ଯାଇଛି ।

 

Comments are closed, but trackbacks and pingbacks are open.