Latest Odisha News

BREAKING NEWS

ନୂଆପଡ଼ାରେ ଲାଲ୍ ତାଣ୍ଡବ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀ ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଢେକୁନପାଣି ଗାଁ ମୁଣ୍ଡରେ ୪୦ ବର୍ଷୀୟ ଅନନ୍ତରାମ ରାଉତଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇଛନ୍ତି ।

ଛତିଶଗଡ଼ ରାଜ୍ୟ ନାଗରର ଗାଁର ଅନନ୍ତରାମ ସୁନାବେଡା ଅଭୟାରଣ୍ୟ କୋମନା ଥାନା ଢେକୁନପାଣି ଗାଁରେ ରହୁଥିଲେ । ରାତିରେ ଘରେ ଶୋଇଥିବା ବେଳେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ଜଣାପଡ଼ିଛି । ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ବେଳେ ଗାଁରେ ଭୟର ବାତାବରଣ ଖେଳି ଯାଇଛି ।

କିଛି ବର୍ଷର ବ୍ୟବଧାନ ପରେ ଗତ ମାସେ ତଳେ ବୋଡେନ ଥାନା ପାଟଧରା ଜଙ୍ଗଲରେ ମାଓବାଦୀ ମାନେ ଲଙ୍କା କାଣ୍ଡ ଭିଆଇ ତିନିଜଣ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏବେ ସୁନାବେଡ଼ାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ପୂରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମାଓବାଦୀ ମୃତଦେହ ନିକଟରେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି ।

Leave A Reply

Your email address will not be published.