Latest Odisha News

BREAKING NEWS

ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ

ଭୁବନେଶ୍ୱର: ସରକାରୀ ଦଳର ବଡପଣ୍ଡା ମାନେ ସାଜିଛନ୍ତି ବାଲି ମାଫିଆ । ବାଲି ଚୋରାଚାଲଣ ହେଉଥିବାର ଅଭିଯୋଗ ପରେବି ଚୁପ ହୋଇ ବସିଛନ୍ତି ଉଭୟ ପ୍ରଶାସନ ଓ ସରକାର । କୁଆଖାଇ ଏବଂ କୁଷଭଦ୍ର ନଦୀରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ଅପରାଜିତ ଷଢ଼ଙ୍ଗୀ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ ବାଲି ଚୋରାଚାଲଣକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ସାଂସଦ ଅଭିଯୋଗ ଆଣିଛନ୍ତି ବାଲି ଚୋରା ଚାଲଣରେ ଜୟଦେବ ବିଧାନସଭା କ୍ଷେତ୍ରର  ଦୁଇଟି ବ୍ଲକ ବାଲିଅନ୍ତା ଏବଂ ବାଲିପାଟଣା ରହିଛି । ବାଲିଅନ୍ତାର କୁଆଖାଇ ଏବଂ କୁଷଭଦ୍ରା ନଦୀ ଅଛି । ତେବେ ଏହି ନଦୀ କୂଳରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ  ।

ଏଥିପାଇଁ ଅପରାଜିତା ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ରାଜ୍ୟ ପ୍ରଶାସନ । ଏଥିପାଇଁ କେବଳ ଲିଜ ଦିଆଯାଇଛି କିନ୍ତୁ ଏହି ନିୟମକୁ ଖାତିର ନକରି ବାଲି ଚୋରାଚାଲଣ କରାଯାଉଛି । ହଜାର ହଜାର ଟନ ବାଲି  ଚୋରାଚାଲଣ ହେଉଛି  । ଏଥିପାଇଁ ବାଲିଅନ୍ତା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଏହାକୁ ନେଇ ସ୍ଥାନୀୟ ଲୋକ ମାନେ ବହୁଥର ସାଂସଦଙ୍କ ପାଖକୁ ମଧ୍ୟ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ପରେ ଅପରାଜିତା ୫ ଜୁନ ୨୦୨୨ ଏବଂ୧୧ ଜୁଲାଇ ୨୦୨୨ ରାଜ୍ୟ ପ୍ରଶାସନ ଙ୍କୁ ଲିଖତି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେମଧ୍ୟ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଚୁପ ହୋଇ ବସିଛନ୍ତି । ବାରମ୍ବାର ଅଭିଯୋଗ ଶୁଣିବା ପରେ ମଧ୍ୟ ପଙ୍ଗୁ ହୋଇ ବସିଜାଛନ୍ତି ରାଜ୍ୟ ସରକାର ।

ତେବେ ଲିଜ ଦିଆଯିବା ପରେ ଯେଉଁ ସବୁ ସର୍ତ୍ତକୁ ପାଳକରାଯିବା କଥା ସେହି ସର୍ତ୍ତ ବିଷୟରେ ସାଂସଦ ଜଣାଇଥିଲେ

୧ ଜେସିବି ଲାଗିବ ନାହିଁ, କୌଣସି ମେସିନର ପ୍ରୟୋଗ ହୋଇ ପାରିବ ନାହିଁ ।

୨ ନଦୀ କୂଳର ୫୦୦ କିମି ଭିତରେ  ଖନନ ହୋଇ ପାରିବ ସେଥିଲାଗି ଜିଲ୍ଳା ପ୍ରଶାସନକୁ ମାପ କରି ପିଲ୍ଲର ନିର୍ମାଣ କରିବାକୁ ପଡିବ ।

୩ ସୂର୍ଯ୍ୟାସ୍ତ ବା ସନ୍ଧ୍ୟାପରେ ଖନନ ହୋଇ ପାରିବ ନାହିଁ ।

୪ କୌଣସି ପ୍ରକାରର ସକ୍ସନ ହୋଇପାରିବ ନାହିଁ ।

୫  ସ୍ଥାନ ଚିହ୍ନଟ କରାଯିବାପରେ ବାଲି ଉଠା ଯାଇପାରିବ ।

ସାଂସଦଙ୍କ ଅଭିଯୋଗ  ଅନୁସାରେ ଲିଜର କୌଣସି ସର୍ତ୍ତକୁ ପାଳନ କରାଯାଉ ନାହିଁ । ଏହାକୁ ଅବମାନନା କରି ଲଗାତାର ଭାବେ ବାଲି ଚାଲଣ ଚାଲିଛି । ତେବେ ଏହାର ପ୍ରମାଣ ମଧ୍ୟ ସାଂସଦ ଅପରାଜିତା ଗଣମାଧ୍ୟମ ଆଗରେ ଦେଇଛନ୍ତି । ଏହା ସହିତ ଏହି ଘଟଣା ରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କହିଛନ୍ତି। ସେ ଏହି ଘଟଣା ରେ ଶାସକ ଦଳର ଜଣେ ରାଜନେତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଅପରାଜିତା କହିଛନ୍ତି  ଶାସକଦଳର ଜଣେ ଅତ୍ୟନ୍ତ ପ୍ରଭାବ ଶାଳୀ  ନେତା ଲିଜ ନେଇଥିବା ବ୍ୟକ୍ତିଙ୍କ ମଧ୍ୟ ରେ ଭଲସମ୍ପର୍କ ରହିଛି । ସେଥିପାଇଁ ଆଜି ବେଖାତିର ଭାବେ ଏହି ବାଲି ଚୋରାଚାଲଣ ଚାଲିଛି ।  ଆଉ ଅପରାଜିତା ଏହା ମଧ୍ୟ କହିଛନ୍ତି ଯଦି ଏହି ଭଳି ବାଲି ଚୋରାଚାଲଣ ଚାଲିଲା ତେବେ ଖୁବଶୀଘ୍ର ଏହି ନଦୀ ଉପରେ ଥିବା ବ୍ରିଜ ମଧ୍ୟ ଭାଙ୍ଗି ଯିବ । ତେଣୁ ସେ ଉଭୟ  ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନଙ୍କୁ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ଚୋରାଚାଲଣକୁ ରୋକିବାକୁ ସାଂସଦ ଅପରାଜିତା ସରକାରଙ୍କୁ କଟାକ୍ଷ କରିବାସହ ନିବେଦନ କରିଛନ୍ତି ।

 

Leave A Reply

Your email address will not be published.