Latest Odisha News

BREAKING NEWS

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଜଣଙ୍କୁ କଲେ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବରତା। ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ। ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ଏଥିସହିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ତେବେ ଘଟଣାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି।
ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ।

ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚିଛନ୍ତି। ତେବେ ଏହି ଘଟଣା ପରେ କୋମ୍ୱିଂ ଅପରେସନ ଆରମ୍ଭ କରିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।

Comments are closed.