Latest Odisha News

BREAKING NEWS

ପୁଣି ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଓ ଗଡଚୋରେଲି ଜିଲ୍ଲା ସୀମାନ୍ତରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିବା ବ୍ୟାନରରେ ଉଲ୍ଲେଖ ରହିଛି ।

ମରାଯାଇଥିବା ନାଲି ବ୍ୟାନରରେ ଜଳ, ଜଙ୍ଗଲ ଓ ଜମି ପାଇଁ ମାଓ ସଂଗଠନ ଲଢେଇ କରି ଆସୁଛି ଓ କରୁଥିବା ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ପୋଲିସ ପୋଷ୍ଟର ଓ ବ୍ୟାନର ଜବତ କରିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରିଛି ।

ତେବେ ଛତିଶଗଡରରୁ ନକ୍ସଲ ହଟିଥିଲେ ମଧ୍ୟ ଏବେ ବି ମହାରାଷ୍ଟ୍ରର ଗଡଚୋରେଲିରେ ନକ୍ସଲ ସକ୍ରିୟ ରହିଛନ୍ତି । ନକ୍ସଲଙ୍କ ଏହି ବ୍ୟାନର ମରା ପରେ ଛତିଶଗଡ ଓ ଓଡିଶାରେ ମଧ୍ୟ ପୋଲିସ ସତର୍କ ହୋଇଯାଇଛି । ମାଲକାନଗିରି ସୀମାକୁ ସିଲ କରାଯାଇ ବିଏସଏଫ,ଡିଭିଏଫ ଓ ଏସଓଜି ଯବାନଙ୍କ ତରଫରୁ କୁମ୍ବିଂ ଅପରେସନ କରାଯାଉଛି ।

Leave A Reply

Your email address will not be published.