Latest Odisha News

BREAKING NEWS

ଭଞ୍ଜନଗରରେ ମାଓବାଦୀ ପୋଷ୍ଟର, ବିଧାୟକଙ୍କୁ ହତ୍ୟା ଧମକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୧୮ କିମି ଦୂର ଦଦରାଲୁଣ୍ଡା ବସଷ୍ଟାଣ୍ଡରେ ଶନିବାର ଦିନ ଏକ ମାଓବାଦୀ ବ୍ୟାନର୍ ଟଙ୍ଗା ହୋଇଥିବାର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ଗଞ୍ଜାମ ଜିଲ୍ଲାର ୨ଜଣ ବିଧାୟକଙ୍କ ସମେତ ପୋଲିସ ଇନଫର୍ମରଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେହି ମାଓବାଦୀ ବ୍ୟାନରରେ ଉଲ୍ଲେଖ ରହିଛି ।

ତେବେ ଟଙ୍ଗାଯାଇଥିବା ସେହି ମାଓବାଦୀ ବ୍ୟାନରରେ କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ନାମ ଉଲ୍ଲେଖ କରାଯାଇନାହିଁ ।

ପଡ଼ୋଶୀ ତେଲେଙ୍ଗାନା ରାଜ୍ୟରେ ଏକମାସ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଜଣେ ବର୍ତ୍ତମାନର ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟା କରାଯାଇଥିଲା ।

ଏହି ବ୍ୟାନରଟିକୁ ପୋଲିସ ଜବତ କରିଥିବା ବେଳେ ଏହା କୌଣସି ଅଜଣା ବ୍ୟକ୍ତିଙ୍କର ହାତଲେଖା ନକଲି ବ୍ୟାନର୍ ବୋଲି ସନ୍ଦେହ କରିଛନ୍ତି ।

Leave A Reply

Your email address will not be published.