Latest Odisha News

BREAKING NEWS

ସାବରୀମାଲାର ୪ଟି ସ୍ଥାନରେ ଲାଗୁହେବ ୧୪୪ ଧାରା

ନୂଆଦିଲ୍ଲୀ : ମହିଳାଙ୍କ ପ୍ରବେଶକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଏହି ସାବରିମାଲା ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ହେବାକୁ ଥିବାବେଳେ ଆସନ୍ତା ନଭେମ୍ବର ୫ ତାରିଖରେ ପୁଣି ଥରେ ମନ୍ଦିର ଖୋଲାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ ଏକ ସ୍ୱତନ୍ତ୍ର ପୂଜା ପାଇଁ ସାବରିମାଳାର ପ୍ରଭୁ ଆୟାପ୍ପାଙ୍କ ମନ୍ଦିର ପୁଣି ଥରେ ଖୋଲୁଥିବାରୁ ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ କୌଣସି ଅପ୍ରିତିକର ସ୍ଥିତିକୁ ଦୃଷ୍ଟିରେ ରଖି ଶନିବାରୁ ମଧ୍ୟ ରାତ୍ରୀରୁ ଆସନ୍ତା ୫ ତାରିଖ ଯାଏଁ ପାମ୍ବା, ନିଲକ୍କଲ, ସାନ୍ନିଧାନମ୍ ଏବଂ ଇଲାଭୌଙ୍କଲ ଆଦି ସ୍ଥାନରେ ୧୪୪ ଧାରା ଜାରି ରହିବ ହୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟର ୫ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମନ୍ଦିର ମଧ୍ୟକୁ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ପୂର୍ବରୁ ରାୟ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ଏହି ରାୟକୁ ଶ୍ରଦ୍ଧାଳୁ ମାନେ ଘୋର ବିରୋଧ କରିବା ସହ ମହିଳା ମାନଙ୍କୁ ପ୍ରବେଶକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଥିବାର ନଜର ରହିଛି ।

ଅନ୍ୟପକ୍ଷରେ ଏ ସବୁ ପାରିପାଶ୍ୱିର୍କ ସ୍ଥିତିକୁ ତଥା ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ୧୪୪ ଧାରା ଲାଗୁ କରାଯିବା ନେଇ ସୂଚନା ମିଳୁଛି ।

ଅଧିକ ପଢନ୍ତୁ:- ମହିଳାଙ୍କ ଲାଗି ସୁପ୍ରିମ ରାୟ: ସାବରିମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

Leave A Reply

Your email address will not be published.