Latest Odisha News

BREAKING NEWS

ମିଶନ ସୁନ୍ଦରୀ: ସାତକୋଶିଆରେ ପହଞ୍ଚିଲା ତାଲିମପ୍ରାପ୍ତ ଯଶୋଦା ହାତୀ

ଅନୁଗୁଳ : ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ନାକେଦମ ହୋଇଥିବା ବନବିଭାଗ ନିଜ ରଣନୀତିରେ ପୁଣିଥରେ ପରିବର୍ତ୍ତନ କରିଛି । ଏବେ ସୁନ୍ଦରୀକୁ ଧରିବା ମିଶନରେ ହାତୀ ସହଯୋଗ କରିବ ବୋଲି ସୂଚନା ମିଳିଛି ।

ବନବିଭାଗ ପକ୍ଷରୁ ମିଳିଥିôବା ସୂଚନା ଅନୁଯାୟୀ ଚନ୍ଦକା ହାତୀ ଅଭୟାରଣ୍ୟରୁ ଶନିବାର ଦିନ ଯଶୋଦା ନାମକ ଏକ ହାତୀକୁ ଅଣାଯାଇଛି । ବନବିଭାଗର କର୍ମଚାରୀଙ୍କୁ ଟ୍ରାଙ୍କୁଲାଇଜରେ ସହଯୋଗ କରିବାକୁ ଏହି ଯଶୋଦା ହାତୀକୁ ଏକ ଟ୍ରକ ଯୋଗେ ଚନ୍ଦକା ଅଭୟାରଣ୍ୟରୁ ସାତକୋଶିଆକୁ ଅଣାଯାଇଛି ।

ଏସମ୍ପର୍କରେ ସାତକୋଶିଆ ଅଭୟାରଣ୍ୟର ପିସିସିଏଫ୍ ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ସାତକୋଶିଆ ଅଭୟାରଣ୍ୟ ଭାରତର ଅନ୍ୟ ଅୟଭାରଣ୍ୟ ଠାରୁ ଭିନ୍ନ । ସାତକୋଶିଆ ଜଙ୍ଗଲ ମଧ୍ୟରେ ଘଞ୍ଚ ବୁଦାରେ ଭରି ରହିଥିବାରୁ ବାଘୁଣୀ କେଉଁଠି ଅଛି ସେ ନେଇ ଠାବ କରାଯାଇପାରୁ ନାହିଁ । ଏଥିସହିତ ଘଞ୍ଚ ବୁଦାରେ ବାଘୁଣୀ ଲୁଚିବାକୁ ସୁବିଧା ହେଉଥିବାରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବିଶେଷଜ୍ଞ ଟିମ୍ ଗତ ୧୦ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି” ।
ସେ ଆହୁରି ମଧ୍ୟ କହିଛନ୍ତି ଆମେ ଶେଷ ଉଦ୍ୟମ କ୍ରମେ ଏକ ତାଲିମ ପ୍ରାପ୍ତ ହାତୀକୁ ଏହି ମିଶନରେ ଅନ୍ତଭୁକ୍ତ କରିବାକୁ ନିଷ୍ପିତ୍ତି ନେଇଛୁ । ଏହା ବନବିଭାଗ କର୍ମଚାରୀଙ୍କୁ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାରେ ବିଶେଷ ଲାଭ ମିଳିବ । ଯଶୋଦା ଦ୍ୱାରା ‘ମିଶନ ସୁନ୍ଦରୀ’ ଟ୍ରାଙ୍କୁଲାଇଜ ସଫଳ ହୋଇପାରିବ । ଅନ୍ୟପକ୍ଷରେ ଏହି ବିଶେଷଜ୍ଞ ଟିମରେ ମଧ୍ୟପ୍ରଦେଶ ସ୍ଥିତ ବାନ୍ଧବଗଡର ଏକ ଟିମ୍ ପୂର୍ବରୁ ସାମିଲ ରହିଛନ୍ତି ।

ତେବେ ଏହା ସହ କର୍ଣ୍ଣାଟକରୁ ମଧ୍ୟ ୨ଟି ହାତୀ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ପଣ୍ଡା । ନିକଟରେ ୨ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିଲା, ଏହି ୨ ଗ୍ରାମବାସୀଙ୍କ ମୃତ୍ୟୁ ବାଘୁଣୀ ଆକ୍ରମଣ ଦ୍ୱାରା ହୋଇଥିବା ନେଇ ସନ୍ଦେହ ପ୍ରକାଶ ହୋଇଥିଲା । ତେଣୁ କରି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ ଦ୍ୱାରା ଅଚେତ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲା ।

Leave A Reply

Your email address will not be published.