Latest Odisha News

BREAKING NEWS

ଛତିଶଗଡରେ ବିଜେପି ନେତା ତିରୁପତି କଟଲାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ବିଜାପୁର: ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ଲାଲ ଆତଙ୍କ । ବିଜାପୁରରେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଶୁକ୍ରବାର ଏକ ବାହାଘର କାର୍ଯ୍ୟରେ ତୋଏନାର ଗାଁକୁ ଯୋଗ ଦେବା ଲାଗି ଯାଉଥିବା ସମୟରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ନକ୍ସଲ ମାନେ ରାସ୍ତାରେ ଅଟକାଇଥିଲେ । ଏହାପରେ ତାଙ୍କ ବେକ ଓ ଛାତିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ତିରୁପତି କଟଲାଙ୍କୁ ପ୍ରଥମେ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟଲୋକେ । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.