Latest Odisha News

BREAKING NEWS

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ବର: ବିଜେଡିକୁ ଆଉ ଏକ ଝଟକା । ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ । ଆଉ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଆସନ୍ତାକାଲି ବିଜେପିରେ ଯୋଗ ଦେବା ନେଇ ସୂଚନା ରହିଛି । କେଉଁଥି ପାଇଁ ସେ ଦଳ ଛାଡ଼ିଲେ ଆସନ୍ତାକାଲି ବିଜେପିରେ ମିଶିବା ପରେ କହିବେ ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢ଼ାଲି । ବିଧାୟକଙ୍କ ଆଗାମୀ ରଣନୀତି ଭାରତୀୟ ଜନତା ପାର୍ଟି ନିଷ୍ପତି ନେବ ବୋଲି କହିଛନ୍ତି ଜୟଦେବ ବିଧାୟକ । ବିଜେପି ଯୋଗ ଦେବା ତାଙ୍କ ଘର ବାହୁଡ଼ା ବୋଲି କହିଛନ୍ତି । ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ବେଶ ସରଗରମ ହେବାରେ ଲାଗିଛି । ଦଳ ଅଦଳବଦଳରେ ଲାଗିପଡ଼ିଛନ୍ତି ବରିଷ୍ଠ ନେତା ।

ବିଜେପିରେ ମିଶିଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ ।ବିଜେପିରେ ମିଶିବା ପରେ ପ୍ରଶାନ୍ତ କହିଛନ୍ତି ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଏହା ପୂବର୍ରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏବେ ରାଜ୍ୟ ରାଜନୀତିରେ ବିଜେପି ମୁହାଁ ବିଜେଡି ବିରୋଧୀ ନେତା । ୨୧ରେ ପ୍ରଦୀପ ପାଣିଗ୍ରାହୀ ଏବଂ ୨୫ରେ ଦେବାଶିଷ ନାୟକ ଏବଂ ତାପରେ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିଥିଲେ ।

Leave A Reply

Your email address will not be published.