Latest Odisha News

BREAKING NEWS

ଅବମାନନା: ମାଆ ସରସ୍ୱତୀଙ୍କ ପ୍ରତିମା ଥିବାରୁ ପୁରସ୍କାର ନେଲେନି ମରାଠୀ କବି ଯଶବନ୍ତ

ନାଗପୁର: ମାଆ ସରସ୍ୱତୀଙ୍କ ପ୍ରତିମା ଥିବାରୁ ମରାଠୀ ସାହିତ୍ୟ କବି ଯଶବନ୍ତ ମନୋହର ପୁରସ୍କାର ନେବାକୁ ମନା କରି ଦେଇଛନ୍ତି । ଯାହା ଫଳରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ବିଦର୍ଭ ସାହିତ୍ୟ ସଂଘ ପକ୍ଷରୁ ଯଶବନ୍ତଙ୍କୁ ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ପାଇଁ ଆମନ୍ତ୍ରଣ କରାଯାଇଥିଲା ।

ତେବେ ସେ ତାଙ୍କ ଆଡୁ କହିଥିଲେ ପୁରସ୍କାର ସମାରୋହରେ ସରସ୍ୱତୀଙ୍କ ପ୍ରତିମା ରହିବ ନାହିଁ କିମ୍ବା ପୂଜନ କାର୍ଯ୍ୟକ୍ରମ ହେବନି । ମାତ୍ର ଆୟୋଜକ ସଂସ୍ଥା ଏହା ସ୍ୱୀକାର କରି ନ ଥିଲେ । ଫଳରେ ଯଶବନ୍ତ ସମାରୋହରେ ସାମିଲ ହୋଇ ନ ଥିଲେ । ସେ ପରେ ଗଣମାଧ୍ୟମ ଆଗରେ କହିଥିଲେ ସରସ୍ୱତୀଙ୍କ ପ୍ରତିମା ଶୋଷକ ମାନସିକତାର ପ୍ରତୀକ । ଏହା ମହିଳା ଏବଂ ଶୂଦ୍ରଙ୍କୁ ଶିକ୍ଷା ଏବଂ ଜ୍ଞାନ ପ୍ରାପ୍ତିରୁ ଦୂରେଇ ରଖିଥିଲା ।

Leave A Reply

Your email address will not be published.