ଭୁବନେଶ୍ୱର : ପୁଣି ଗର୍ଜିଲେ ପାଇକ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଦାବି ଜୋର ଧରିଲା । ଏନେଇ ଖୋର୍ଦ୍ଧା ବରୁଣେ ପୀଠରୁ ଶହଶହ ପାଇକ ମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେବେ ପାଇକମାନେ ।
କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ଦେବାକୁ ମନା କରିବା ପରେ ପାଇକ ମାନେ ନିରାଶ ହୋଇଛନ୍ତି । ତେଣୁ ଆଜି ପାଇକମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଏକତ୍ରୀତ ହୋଇ କେନ୍ଦ୍ର ବିରୁଦ୍ଧରେ ନାରାବାଜୀ କରିବେ ବୋଲି ଜଣାପଡିଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପାଇକମାନେ ଆଖଡା ପ୍ରଦର୍ଶନମ କରିବେ ବୋଲି ଜଣାପଡିଛି ।
Comments are closed.