ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହି ଗଞ୍ଜେଇ ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଆସୁଥିବା ବେଳେ ଧରିଲା ଡିଆରଆଇ ।
ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଅଟକ ହୋଇଥିବା ଯୁବକ ଜଣକ ଅହମ୍ମଦାବାଦର ବାସିନ୍ଦା ବୋଲି ଜଣାପଡିଛି ।
ସେହିପରି ଗତ କିଛି ତଳେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ଗଞ୍ଜେଇ ଜବତ କରିଥିଲା କଷ୍ଟମ ବିଭାଗ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ବ୍ୟାଂକକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କୁ ପଚରାଉଚରା କରିଥିଲେ । ପରେ ସେ ଆଣିଥିବା ସାମଗ୍ରୀକୁ ଯାଞ୍ଚ ବି କରିଥିଲେ । ଯେଉଁଥିରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା କଷ୍ଟମ ବିଭାଗକୁ ମିଳିଥିଲା ।
Comments are closed.