Latest Odisha News

BREAKING NEWS

ଆଇପିଏଲରେ ୧୦୦୦ ରନ ପୂର୍ଣ୍ଣ କରିବା ପାଇଁ ଏହି ବ୍ୟାଟ୍ସମ୍ୟାନଙ୍କୁ ଲାଗିଲା ୧୬ ବର୍ଷ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ଓପନର ମିଚେଲ ମାର୍ଶ ଆଇପିଏଲରେ ଏକ ଅଲୋଡା ରେକର୍ଡ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ୪୫ ରନର ଇନିଂସ ଖେଳିବା ଅବସରରେ ସେ ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଥିପାଇଁ ତାଙ୍କଚୁ ପାଖାପାଖି ୧୬ ବର୍ଷ ସମୟ ଲାଗିଛି । ଯାହାକି ଏକ ରେକର୍ଡ । ମାର୍ଶ ୨୦୧୦ରେ ଆଇପିଏଲରେ ଡେକାନ ଚାର୍ଜର୍ସ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ୨୦୧୧ରୁ ୧୩ ପୁଣେ ୱାରିୟର୍ସ, ୨୦୧୬ରୁ୧୭ ପୁଣେ ସୁପର ଜ୍ୟାଂଟସ, ୨୦୨୦ ଓ ୨୧ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ୨୦୨୨ରୁ ୨୪ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏବେ ଲକ୍ଷ୍ନୌ ପକ୍ଷରୁ ଖେଳୁଛନ୍ତି ।

ମାର୍ଶଙ୍କ ପଛକୁ ମୋଇଜେସ ହେନରିକ୍ସ ଓ ରାହୁଲ ଟେୱାଟିଆ ରହିଛନ୍ତି । ସେମାନେ ଯଥାକ୍ରମେ ୧୩ ଓ ୧୨ ବର୍ଷ ସମୟ ନେଇଥିଲେ । ମାର୍ଶଙ୍କୁ ଅବଶ୍ୟ ଆଇପିଏଲରେ ଅଧିକ ମ୍ୟାଚ ଖେଳିବା ସୁଯୋଗ ମିଳିନି । ସେ ଓଭରାଲ ୫୦ ମ୍ୟାଚ ଖେଳି ୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ୫ମ ସ୍ଥାନରେ ରହିଛି । ଦଳ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed.