Latest Odisha News

BREAKING NEWS

ଗୁପଟିଲ ଭାଙ୍ଗିବେ କୋହଲିଙ୍କ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଟି୨୦ ସିରିଜ କ୍ରିକେଟ ଟୁର୍ଣ୍ଣାମେଂଟ । ଏହି ସିରିଜରେ ମାର୍ଟିନ ଗୁପଟିଲ ନିକଟରେ ଭାରତର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । କୋହଲି ୩୨୨୭ ରନ କରି ଏହି ଫର୍ମାଟରେ ଆଗରେ ରହିଛନ୍ତି । ଗୁପଟିଲ ସିରିଜରେ ୮୧ ରନ କଲେ କୋହଲିଙ୍କ ରେକର୍ଡ ଭାଙ୍ଗିବେ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଏହି ସିରିଜରେ ଖେଳୁ ନ ଥିବାରୁ ଗୁପଟିଲଙ୍କ ନିକଟରେ ଭଲ ସୁଯୋଗ ରହିଛି । ସେହିପରି ହିଟମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ସିରିଜରେ ୩ଟି ଛକା ମାରିଲେ ବିଶ୍ୱର ତୃତୀୟ ଖେଳାଳି ଭାବେ ୪୫୦ ଛକା ମାରିବେ । ରୋହିତ ୪୪୬ ଛକା ମାରିଥିବା ବେଳେ ଶାହିଦ ଆଫ୍ରିଦୀ(୪୭୬) ଓ କ୍ରିସ ଗେଲ (୫୫୩) ତାଙ୍କଠାରୁ ଆଗରେ ରହିଛନ୍ତି ।

ଉପ ଅଧିନାୟକ କେଏଲ ରାହୁଲ ସିରିଜରେ ୨୪୯ ରନ କଲେ ଆନ୍ତର୍ଜାତୀୟ ଟି୨୦ରେ ୨୦୦୦ ରନ ପୂର୍ଣ୍ଣ କରିବେ । ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ୮ ଉଇକେଟ ଅକ୍ତିଆର କରି ଭାରତ ପକ୍ଷରୁ ଟି୨୦ ଫର୍ମାଟରେ ସର୍ବାଧିକ ଉଇକେଟ ହାସଲକାରୀ ହେବାକୁ ଚାହିଁବେ ।

Comments are closed.