Latest Odisha News

BREAKING NEWS

ଫେବୃଆରୀ ପହିଲାରୁ ମାରୁତି ଗାଡି ହେବ ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ମାସରେ ଏକ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି,ତେବେ ଆପଣଙ୍କ ପାଇଁ ରହିଛି ଦୁଃଖ ଖବର । ଦେଶର ସର୍ବବୃହତ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଫେବୃଆରୀ୧ ରୁ ନିଜର ଗାଡିର ଦର ବୃଦ୍ଧି କରିବାକୁ ଯାଉଛି। ବିଭିନ୍ନ ମଡେଲ ଉପରେ ଦରବୃଦ୍ଧି ୩୨,୫୦୦ ଯାଏଁ ବୃଦ୍ଧି ହେବ ।

ଗତ ଗୁରୁବାର ଦିନ ଏନେଇ କମ୍ପାନୀ ସୂଚନା ଦେଇଛି ଯେ, କଞ୍ଚାମାଲ ଖର୍ଚ୍ଚ ଏବଂ ଅପରେଟିଂ ଖର୍ଚ୍ଚ ବୃଦ୍ଧି ହେତୁ କମ୍ପାନୀ ଫେବୃଆରୀ୧ ରୁ କାର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରିଛି। ”

କମ୍ପାନୀର ଏହି ନିଷ୍ପତ୍ତି ଯୋଗୁଁ ମାରୁତି ସୁଜୁକିର କମ୍ପାକ୍ଟ କାର୍ ସେଲେରିଓର ଏକ୍ସ-ସୋରୁମ୍ ମୂଲ୍ୟ ୩୨,୫୦୦ ଟଙ୍କା ବୃଦ୍ଧି ପାଇଥିବାବେଳେ ପ୍ରିମିୟମ୍ ମଡେଲ୍ ଇନଭିକ୍ଟୋ ମୂଲ୍ୟ ତିରିଶ ହଜାର ଟଙ୍କା ବୃଦ୍ଧି ପାଇବ। କମ୍ପାନୀର ସବୁଠାରୁ ଲୋକପ୍ରିୟ ମଡେଲ୍ ୱାଗନ୍-ଆରର ମୂଲ୍ୟ ପନ୍ଦର ହଜାର ଟଙ୍କା ବୃଦ୍ଧି ପାଇବ ଏବଂ ସ୍ୱିଫ୍ଟର ମୂଲ୍ୟ ପାଞ୍ଚ ହଜାର ଯାଏଁ ବୃଦ୍ଧି ପାଇବ ।

Comments are closed.