Latest Odisha News

BREAKING NEWS

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ ବିଜେଡି କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବୁଧବାର ସନ୍ଧ୍ୟା ୬ ଟାରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର, ଜନ୍ମେଜୟ ଲେଙ୍କା, ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତା ଦେଓ, ଭାରତୀ ସିଂ, ସଂଯୁକ୍ତା ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.