Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୟୁକ୍ରେନର ସପିଂ ମଲରେ ରୁଷର ଭୟଙ୍କର ବିସ୍ଫୋରଣ

ବିସ୍ଫୋରଣରେ ଉଡ଼ିଗଲା ସପିଂ ମଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଲଢ଼େଇ । ଅଧିକ ହିଂସ୍ର ହୋଇ ଉଠିଛି ପୁଟିନ୍ ସେନା । ସେପଟେ ପ୍ରତିଆକ୍ରମଣକୁ ବି ଜୋରଦାର କରିଛି ୟୁକ୍ରେନ୍ । ଆଜି କିଭର ଏକ ସପିଂ ମଲରେ ଭୟଙ୍କର ବିସ୍ଫୋରଣ କରିଛି ରୁଷ୍ ସେନା । ରେଟ୍ରୋଭିଲ୍ ସପିଂ ମଲକୁ ଉଡ଼ାଇ ଦେଇଛି । ସିସିଟିଭିରେ କଏଦ ଦୃଶ୍ୟ ଛାତି ଥରାଇ ଦେଉଛି । ଭିଡିଓ ଦର୍ଶାଉଛି କିଭଳି ୟୁକ୍ରେନକୁ ଛାରଖାର କରୁଛି ପୁଟିନ୍ ସେନା ।

ପୁଡିଲ୍ ଜିଲ୍ଲାରେ ଥିବା ରେଟ୍ରୋଭିଲ୍ ସପିଂ ମଲରେ ଏତେ ଜୋରରେ ବିସ୍ଫୋରଣ ହେଉଛି ଯେ, ସାରା ଅଞ୍ଚଳ ନିଆଁ ଜ୍ୱାଳାରେ ଘୋଡ଼ାଇ ହୋଇ ଯାଉଛି । ସେହିପରି କିଭର ବିଭିନ୍ନ ସ୍ଥାନରେ ଆକାଶରୁ ହମଲା କରୁଛି ରୁଷ୍ ସେନା । ପୋଡିଲ ଜିଲ୍ଲାର ବିଭିନ୍ନ ସ୍ଥାରନରେ ବିସ୍ଫୋରଣର ଭୟଙ୍କର ଶବ୍ଦ ଶୁଣିବାକୁ ମିଳୁଥିବା ପୋଡିଲ୍ ମେୟର କହିଛନ୍ତି ।

ଏବେ ଜନବସତି, ଆପାର୍ଟମେଣ୍ଟ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନକୁ ବି ଟାର୍ଗେଟ କରୁଛି ରୁଷ୍ ସେନା । ବିଭିନ୍ନ ସହରରେ ଏସବୁ ସ୍ଥାନରେ ମିସାଇଲ୍ ଓ ରକେଟ୍ ମାଡ଼ କରୁଛି । ଛାରଖାର କରୁଛି ଆବାସିକ ସ୍ଥଳୀ । ଭିତ୍ତିଭୂମିକୁ ଧୂଳିସାତ କରୁଛି । ବିସ୍ଫୋରଣ ଓ ଗୁଳିବର୍ଷା କରି ରୁଷ୍ ସେନା ସାଧାରଣ ଲୋକଙ୍କ ଜୀବନ ନେଉଥିବା କହିଛି ୟୁକ୍ରେନ୍ ।

Leave A Reply

Your email address will not be published.